ନୂଆଦିଲ୍ଲୀ: ବଜେଟ ପରେ ଖାଉଟିଙ୍କୁ ଲାଗିଛି ଜୋରଦାର ଝଟକା। ଆରମ୍ଭ ହୋଇଛି ମହଙ୍ଗା ମାଡ। ଗୁରୁବାର ଏଲପିଜି ସିଲିଣ୍ଡର, ପେଟ୍ରୋଲ ଓ ଡିଜେଲ ଦାମରେ ବୃଦ୍ଧି ହୋଇଛି। ପେଟ୍ରୋଲ ଓ ଡିଜେଲରେ ୩୫ ପଇସା ବୃଦ୍ଧି ଘଟିଛି। ସେହିପରି ଏଲପିଜି ସିଲିଣ୍ଡର ଦାମ ୨୫ ଟଙ୍କା ବଢ଼ିଛି। ଇଣ୍ଡିଆନ ଅଏଲ ମୁତାବକ, ଏଲପିଜି ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି ହୋଇଛି। ଫଳରେ ଉପଭୋକ୍ତାଙ୍କୁ ୧୪ କିଲୋ ଓଜନର ଅଣ ସବସିଡି ଯୁକ୍ତ ଘରୋଇ ଗ୍ୟାସ ସିଲିଣ୍ଡର ପାଇଁ ଅଧିକ ଟଙ୍କା ଦେବାକୁ ପଡିବ। ବର୍ଦ୍ଧିତ ଦାମ ଅନୁଯାୟୀ ଦିଲ୍ଲୀରେ ୧୪ ଲିଟର ବିଶିଷ୍ଟ ସବସିଡିଯୁକ୍ତ ରୋଷେଇ ଗ୍ୟାସ ସିଲିଣ୍ଡର ଦାମ ୭୧୯ ଟଙ୍କା ହୋଇଛି। ସେହିପରି କୋଲକାତାରେ ୭୪୫.୫୦ ଟଙ୍କା, ମୁମ୍ବାଇରେ ୭୧୦ ଟଙ୍କା ଏବଂ ଚେନ୍ନାଇରେ ୭୩୫ ଟଙ୍କାରେ ପହଞ୍ଚିଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0