କୋଣାର୍କ : ମାଘ ମେଳା ପାଇଁ କୋଣାର୍କ ଯାତ୍ରୀ ନିବାସରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ । କୋଣାର୍କ ଯାତ୍ରୀ ନିବାସର ସମ୍ମିଳନୀ କକ୍ଷରେ ଏହି ପ୍ରସ୍ୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଆସନ୍ତା ୧୭ ତାରିଖରେ ହେବାକୁ ଥିବା ମାଘ ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବୈଠକକୁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ କ୍ରିଡ଼ାମନ୍ତ୍ରି ତୁଷାର କାନ୍ତୀ ବେହେରା ସଭାପତିତ୍ୱ କରିଥିଲେ । କରୋନା କଟକଣାକୁ ଦୃଷ୍ଟିରେ ରଖି ଅନୁଷ୍ଠିତ ହେବ ମାଘ ମେଳା । ୫୦୦ ଲୋକଙ୍କ ଭିତରେ ମେଳା, ବିନା ଶ୍ରଦ୍ଧାଳୁଙ୍କ ଉପସ୍ଥିତରେ ହେବ ମେଳା । ଜିଲ୍ଲା ପ୍ରଶାସନ, ଗଣମାଧ୍ୟମ ଓ ସେବାୟତଙ୍କ ଉପସ୍ଥିତରେ ହେବ ମାଘ ମେଳା । ଏହି ପରିପ୍ରେକ୍ଷୀରେ ପିପିଲି-କୋଣାର୍କ, କାକଟପୁର-କୋଣାର୍କ,ପୁରୀ-କୋଣାର୍କ ମୁଖ୍ୟ ରାସ୍ତାକୁ ଅବରୋଧ କରାଯିବ । ମେଳା ପଡ଼ିଆରେ କିପରି ଶ୍ରଦ୍ଧାଳୁ ଙ୍କୁ ରୋକା ଯିବ ସେଥିପାଇଁ ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯିବ ବୋଲି କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା କହିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0