ବାସୁଦେବପୁର : ଯଦି ୩୪ ଦିନ ଭିତରେ ମୋର ଦରମା ନହୁଏ ଏହି ବିଡ଼ିଓ ନିଜେ ଦେଖିବେ ମୋର ଶବ ଏଇଠି ପଡ଼ିଥିବ, ଆଉ ମୋ ସ୍ତ୍ରୀ କାନ୍ଦୁଥିବ। ଅଭିମାନ ଭରା କଣ୍ଠରେ ଏମିତି କହି କ୍ଷୋଭ ପ୍ରକାଶ କରିଛନ୍ତି ଜଣେ ଜିଆରଏସ । ଦୀର୍ଘ ଦିନ ହେଲା ତାଙ୍କ ଦରମା ବନ୍ଦ କରାଯାଇଥିବାରୁ ସମ୍ପୃକ୍ତ ଜିଆରଏସ ଆଜି ବିଡିଓଙ୍କ କାର୍ୟ୍ୟାଳୟରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବକେୟା ଦରମା ଦାବିରେ ଜଣେ ଜିଆରଏସ ବିଡିଓଙ୍କ କାର୍ୟ୍ୟାଳୟରେ ନିଜ ଦେହରେ କିରାସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। କିରାସିନି ଢାଳୁଥିବା ବେଳେ ବ୍ଲକ କର୍ମଚାରୀ ଜିଆରଏସଙ୍କୁ କାବୁ କରିନେଇଛନ୍ତି। ବାସୁଦେବପୁର ବ୍ଲକ ଗୁଆଗଢିଆ ପଂଚାୟତର ଜିଆରଏସ ଉତ୍କଳ ମଲ୍ଲିକ ଦୀର୍ଘ ୧୦ମାସ ହେବ ୪ ଦିନ ଧରି ନିଜର ଦରମା ପାଇନଥିବା ଅଭିଯୋଗ କରିଛନ୍ତି। ବକେୟା ଦରମା ପାଇବା ପାଇଁ ବାରମ୍ୱାର ବିଡିଓଙ୍କୁ କହିବା ସହ ଜିଲ୍ଲା ପ୍ରକଳ୍ପ ନିଦ୍ଦେର୍ଶକଙ୍କୁ ଅବଗତ କରାଇଥିଲେ। ଏଥିରେ କୌଣସି ସୁଫଳ ନମିଳିବାରୁ କିଛି ଦିନ ତଳେ ବ୍ଲକ କାର୍ୟ୍ୟାଳୟ ପରିସରରେ ଧାରଣାରେ ବସିଥିଲେ। ଘଟଣା ସମାଧାନ କରାଯିବ ବୋଲି ପ୍ରତିଶୃତି ମିଳିଥିଲେ ବି ଆଜିଯାଏ ତାଙ୍କୁ ଦରମା ମିଳି ନାହିଁ। ଦୀର୍ଘଦିନ ଧରି ମାନସିକ ନିର୍ୟ୍ୟାତନା ପାଉଥିବା ଜିଆରଏସ ଆଜି ବ୍ଲକର ବିଡିଓଙ୍କ କାର୍ୟ୍ୟାଳୟକୁ ପଶି ଦେହରେ କିରାସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଖବର ପାଇ ପୁଲିସ ପହଞ୍ଚି ସ୍ଥିତି ଅନଧ୍ୟାନ କରିଛନ୍ତି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0