ଯାଜପୁର : ଯାଜପୁର ଜିଲ୍ଲାରେ ଚାଞ୍ଚଲ୍ୟ । ଯାଜପୁର କୁଆଖିଆ ଥାନା ଅନ୍ତର୍ଗତ ସିଂହାପୁର ପଞ୍ଚାୟତର ଏକ ଗ୍ରାମରୁ ମଣିଷର କଟା ପାପୁଲି ଉଦ୍ଧାର ହୋଇଛି । ସୂଚନାନୁସାରେ, ଗୁରୁବାର ସକାଳେ ସିଂହାପୁର ପଞ୍ଚାୟତ ଅଧିନରେ ଥିବା ବ୍ରାହ୍ମଣବାଡ ଗାଁ ରାସ୍ତା କଡରେ ଏକ ମଣିଷ ପାପୁଲି ପଡିଥିଲା । ଏହା ଦେଖି ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଁଚି ପାପୁଲିକୁ ଉଦ୍ଧାର କରିଛି । ଏହି ମଣିଷ ପାପୁଲିଟି କାହାର ତାହା ସ୍ପଷ୍ଟ ହୋଇନାହିଁ । ପାପୁଲିକୁ କିଏ ଆଣି ଏଠାରେ ପକାଇଛି ସେନେଇ ତଦନ୍ତ ଚାଲିଛି । ଅଧିକ ତଦନ୍ତ ପରେ ହିଁ ସମସ୍ତ ଘଟଣା ଉପରୁ ପରଦା ହଟିବ ବୋଲି ପୋଲିସ ଅଧିକାରୀ କହିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0