ଆବୁଧାବି: ଆବୁଧାବି ଟି-୨୦ ଲିଗରେ ଇତିହାସ ରଚିଛନ୍ତି ବିସ୍ପୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ । ତେବେ ଆରବିଆନ୍ସ ବିପକ୍ଷ ମ୍ୟାଚରେ କ୍ରିସ ଗେଲ ମାତ୍ର ୨୨ଟି ବଲରୁ ୮୪ ରନର ଏକ ବିଶାଳ ଇନିଂଶ ଖେଳିଥିଲେ । ପ୍ରଥମେ ବ୍ୟାଟିଂ କରି ମରାଠା ଆରବିଆନ୍ସ ନିର୍ଦ୍ଧାରିତ ୧୦ ଓଭରରେ ୪ ୱିକେଟ ହରାଇ ୯୭ ରନ କରିଥିଲା । ଏହାର ଜବାବରେ କ୍ରିସ ଗେଲ ବିସ୍ପୋରକ ବ୍ୟାଟିଂ କରି ମାତ୍ର ୫.୩ ଓଭରରେ ୧୦୦ ରନ କରି ଆରବିଆନ୍ସ ଦଳକୁ ଏକ ବିଜୟ ଭେଟି ଦେଇଥିଲେ । ଅନ୍ୟପଟେ କ୍ରିସ ଗେଲ ଟି-୧୦ କ୍ରିକେଟରେ ସବୁଠୁ ସବୁଠାରୁ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରି ଇତିହାସ ରଚିଥିଲେ । ସେ ମାତ୍ର ୧୨ଟି ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ । ଏହା ସହ ସେ ଯୁବରାଜ ସିଂହଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0