ବ୍ରହ୍ମପୁର: ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ଗୁରୁବାର ଦିନ ହାଜର ହେବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଦୁଇ ପୋଲିସ ଅଧିକାରୀ ଓ ଏସକର୍ଟ ଟିମ୍ ଆଜି ଝାରପଡ଼ା ଜେଲ ଯାଇ ପ୍ରଦୀପଙ୍କୁ ବ୍ରହ୍ମପୁର ଆଣିବେ । କୋର୍ଟରେ ହାଜର ସହ ୩ ଦିନ ବ୍ରହ୍ମପୁର ଜେଲରେ ରହିବେ ପ୍ରଦୀପ।
ସୂଚନା ଅନୁସାରେ ଏହି ସମୟରେ ପ୍ରଦୀପଙ୍କୁ ରିମାଣ୍ଡରେ ନେଇପାରେ ବ୍ରହ୍ମପୁର ପୋଲିସ। ଟାଟା ନିଯୁକ୍ତି ଠକେଇ ମାମଲା ନେଇ ପ୍ରଦୀପଙ୍କ ନାଁରେ ଗୋଳନ୍ଥରା ଥାନାରେ ରହିଛି ଏକାଧିକ ମାମଲା । ଏହି ଠକେଇ ମାମଲାରେ ଜେରା କରିବା ପାଇଁ ପ୍ରଦୀପଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯିବ। ତେବେ କୋର୍ଟରେ ହାଜର ପରେ ନିଯୁକ୍ତି ଠକେଇ ମାମଲାର ଅଧିକ ଖୋଳତାଡ଼ ପାଇଁ ଗିରଫ ଗୋପାଳପୁର ବିଧାୟକଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିପାରେ ଗୋଳନ୍ଥରା ଥାନା ପୋଲିସ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0