ଶ୍ରୀନଗର: ପାକିସ୍ତାନ ପକ୍ଷରୁ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ LOC ରେ ଉତ୍ତେଜନା ଦେଖାଦେଇଛି। ଏପରିକି ପାକିସ୍ତାନୀ ସେନା ଗୁଳିରେ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି । ସହିଦ ସିପାହୀ ରାଜସ୍ଥାନ ଯୋଧପୁରର ଲକ୍ଷ୍ମଣ ବୋଲି ଜଣାପଡ଼ିଛି । ଜମ୍ମୁ-କଶ୍ମୀରର ରଜୌରୀ ଜିଲ୍ଲାରେ ପାକିସ୍ତାନର ଅସ୍ତବିରତି ଉଲ୍ଲଂଘନ ଯୋଗୁ ଜଣେ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ସୀମାରେ ପାକିସ୍ତାନ ସେନା ପ୍ରଥମେ ଗୁଳି ଚାଳନା କରିଥିଲେ । ଭାରତୀୟ ଯବାନ ମାନଙ୍କ ପକ୍ଷରୁ ମଧ୍ୟ ପାକିସ୍ତାନର ଏଭଳି କାମର କଡ଼ା ମୁକାବିଲା କରା ଯାଇଥିଲା । ହେଲେ ଏହି ସମୟରେ ଯବାନ ଲକ୍ଷ୍ମଣ ଗୁରୁତର ଆହତ ହୋଇଥିଲେ । ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0