ନୂଆଦିଲ୍ଲୀ: ମାର୍ଚରୁ ଏପ୍ରିଲ ମାସ ମଧ୍ୟରେ ଭାରତରେ ରୁଷ ନିର୍ମିତ କରୋନାଭାଇରସ ଟିକା ସ୍ପୁଟନିକ-୫ ମିଳିବ ବୋଲି ‘ଡକ୍ଟର ରେଡିସ ଲାବ୍ରୋଟରି’ର ‘ଏପିଆଇ’ ଏବଂ ‘ଫାର୍ମା ସର୍ଭିସେସ’ର ମୁଖ୍ୟ ଦୀପକ ସାପ୍ରା କହିଛନ୍ତି । ଭାରତରେ ‘ଡକ୍ଟର ରେଡିସ ଲାବ୍ରୋଟରି’ ରୁଷ ପ୍ରସ୍ତୁତ କରୋନାଭାଇରସ ଟିକା ‘ସ୍ପୁଟନିକ-୫’ ଉତ୍ପାଦନ କରିବ । ‘ସ୍ପୁଟନିକ-୫’ ଟିକା କରୋନାଭାଇରସ ସଂକ୍ରମଣ ବିରୋଧରେ ୯୧.୬% ଫଳପ୍ରଦ ବୋଲି ନିକଟରେ ‘ଲାନସେଟ’ ଅଧ୍ୟୟନର ମଧ୍ୟବର୍ତ୍ତୀକାଳୀନ ଫଳାଫଳରୁ ଜଣାପଡ଼ିଛି । ଭାରତରେ ଏହି ଟିକାର ମୂଲ୍ୟ କେତେ ହେବ ତାହା ନିର୍ଦ୍ଧାରିତ ହୋଇ ନ ଥିଲେ ବି, ବିଶ୍ୱରେ ମିଳୁଥିବା ଅନ୍ୟ ଟିକାଗୁଡ଼ିକର ମୂଲ୍ୟ ଭଳି ସୁଲଭ ହେବ ବୋଲି ଆଶା କରାଯାଉଛି । ‘ସ୍ପୁଟନିକ-୫’ ଟିକା ଉଭୟ ତରଳ ଏବଂ ଗୁଣ୍ଡ ଆକାରରେ ଉପଲବ୍ଧ ହେବ । ତରଳ ଟିକା ରଖିବା ପାଇଁ ଲାଗି ବିଯୁକ୍ତ ୧୮ ଡିଗ୍ରି ତାପମାତ୍ରା ଆବଶ୍ୟକ ହେଉଥିବା ବେଳେ ଗୁଣ୍ଡ ଟିକା ରଖିବାକୁ ୨ ରୁ ୮ ଡିଗ୍ରି ତାପମାତ୍ରାରେ ରଖିହେବ ବୋଲି କୁହାଯାଉଛି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0