ରାଜସ୍ଥାନ: କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ବିରୁଦ୍ଧରେ ଦିନକୁ ଦିନ ଚାଷୀ ମାନଙ୍କର ଆନ୍ଦୋଳନ ସାରା ଦେଶରେ ବଢିବାରେ ଲାଗିଛି । ତେବେ ଚାଷୀ ଆନ୍ଦୋଳନ ସପକ୍ଷରେ ଥିବା କଂଗ୍ରେସ ଦଳକୁ ସିଧାସଳଖ ଟାର୍ଗେଟ କରିଛନ୍ତି ସିନ୍ଧିଆ । ସେ କହିଛନ୍ତି, ଚାଷୀ ମାନଙ୍କର ଆୟ ଦୁଇଗୁଣ ହେବ ବୋଲି ସରକାର ଏହି ଆଇନ ଆଣିଥିଲେ । ଏହି ଆଇନ ଫଳରେ ଚାଷୀ କେବଳ ନିଜ ଅଞ୍ଚଳରେ ନୁହେଁ ବରଂ ସମଗ୍ର ଦେଶରେ ତା’ର ଉତ୍ପାଦାନକୁ ବିକ୍ରି କରିବାରେ ସମର୍ଥ ହୋଇପାରିବ । ଏନେଇ ସରକାର ୧୧ ଥର ସୂଚନା ମଧ୍ୟ ଦେଇଥିଲେ । ଆମେ ଏହି ନୂତନ ଆଇନକୁ ୧୮ ମାସ ସ୍ଥଗିତ ମଧ୍ୟ କରି ପାରିବୁ । କିନ୍ତୁ ବିରୋଧୀ ଦଳ ଚାଷୀମାନଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେଇ ଏହି ଆଇନକୁ ବିରୋଧ କରିବା ପାଇଁ ଷଡଯନ୍ତ୍ର ଚଲାଉଛି । ଅନ୍ୟପଟେ ମହାମାରୀ କରୋନା କାଳରେ ସରକାର ଉପଯୁକ୍ତ ସମୟରେ ସଠିକ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ବିଜେପି ସାଂସଦ ଜ୍ୟୋତିଆଦିତ୍ୟ ସିନ୍ଧିଆ ।
ତେବେ ୧୯୭୫ ମସିହାରେ ଯେଉଁ ଜରୁରୀ କାଳିନ ପରିସ୍ଥିତି ସାରା ଦେଶରେ କଂଗ୍ରେସ କରି ସାରା ଦେଶକୁ ଜେଲ ବନେଇ ଦେଇଥିଲା । କିନ୍ତୁ କରୋନା ଭଳି ଘଡିସନ୍ଧି ସମୟରେ ବିଜେପି ସାରା ଦେଶକୁ ଲକଡାଉନ ଘୋଷଣା କରିଦେଇଥିଲା । ଯାହାକୁ ସମଗ୍ର ଦେଶବାସୀ ପାଳନ ମଧ୍ୟ କରିଥିଲେ । ଅନ୍ୟପଟେ ଦେଶର ଅର୍ଥବ୍ୟବସ୍ଥା ମଧ୍ୟ ଧିରେ ଧିରେ ସଠିକ ହେବାରେ ଲାଗିଛି । କିନ୍ତୁ ଅତି ଦୁଃଖର କଥା ଯେଉଁ ସମୟରେ ସାରା ଦେଶ ଏକଜୁଟ ହୋଇ ଚାଷୀ ମାନଙ୍କ ସହ ରହିବା କଥା ସେଇ ସମୟରେ କଂଗ୍ରେସ ଚାଷୀମାନଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେଇ ଏହି ଆଇନକୁ ବିରୋଧ କରିବା ପାଇଁ ଷଡଯନ୍ତ୍ର ଚଳାଉଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0