spot_img

ପୁରୀରେ ଆରମ୍ଭ ଡ୍ରୋନ ସର୍ଭେଲାନ୍ସ

ପୁରୀ : ପୁରୀ ସହରରେ ଡ୍ରୋନ ଜରିଆରେ ହୋମ ସର୍ଭିଲାନ୍ସ ଚାଲିଛି । ଡ୍ରୋନ କ୍ୟାମେରା ଜରିଆରେ ପୁରୀ ସହରରେ କଂଟେନମେଂଟ ଜୋନ ଉପରେ ନଜର ରଖୁଛି ପ୍ରଶାସନ । ସହରର ପେଣ୍ଠକଂଟା ବସ୍ତିର ୱାଡ଼ ନଂବର ୨୫,୨୬,୩୧ଓ ୩୨ନଂବର ୱାର୍ଡ଼କୁ କଂଟେନ ମେଣ୍ଟ ଘୋଷଣା କରାଯାଇଛି । ଅଗଷ୍ଟ ୩ ତାରିଖ ଯାଏଁ କଂଟେନମେଂଟ ଜୋନରେ କଟକଣା ବଳବତର ରହିବ । ଅତି ଜୁରରୀ କାମ ନଥିଲେ ଘରୁ ନବାହାରିବାକୁ ଲୋକଙ୍କୁ ପରାମର୍ଶ ଦେଇଛି ଜିଲ୍ଲା ପ୍ରଶାସନ । ଅନ୍ୟପଟେ ସହରର ଅନ୍ୟ ଅଂଚଳରେ ଆଶା ଓ ସ୍ୱାସ୍ଥ୍ୟ କର୍ମୀ ଘର ଘର ବୁଲି ସର୍ଭେ କରୁଛନ୍ତି । ସଂକ୍ରମିତଙ୍କୁ କୋଭିଡ କେୟାର ସେଂଟର ଓ ସନ୍ଦିଗ୍ଧ ହୋମ କ୍ୱାରେଣ୍ଟିାଇନରେ ରଖାଯାଉଛି । ଯେପରି କୌଣସି ବ୍ୟକ୍ତି କୋଭିଡ ନିୟମକୁ ଉଲ୍ଲଂଘନ ନ କରନ୍ତି, ସେଥିପାଇଁ ଡ୍ରୋନ ଜରିଆରେ ନଜର ରଖୁଛି ପ୍ରଶାସନ ।

ଅନ୍ୟପଟେ ଜିଲ୍ଲା ପ୍ରଶାସନର ସମସ୍ତ କାର୍ୟ୍ୟାଳୟକୁ ବାହାର ଲୋକଙ୍କ ପ୍ରବେଶ ଉପରେ ଲାଗୁ ହୋଇଥିବା କଟକଣାକୁ ବଢାଇଛନ୍ତି ଜିଲ୍ଲାପାଳ । ପୂର୍ବରୁ ଜୁଲାଇ ୩୧ ତାରିଖ ଯାଏଁ ସରକାରୀ ଅଫିସରେ ପ୍ରବେଶ କଟକଣା ଲାଗୁ ହୋଇଥିବା ବେଳେ ଏହାର ଅବଧିକୁ ଅଗଷ୍ଟ ୩୧ ତାରିଖ ଯାଏଁ ବଢାଇଛି ଜିଲ୍ଲା ପ୍ରଶାସନ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular