ଭୁବନେଶ୍ୱର: ଆଜି ରାଜ୍ୟରେ କରୋନାରେ ୭ଜଣଙ୍କର ମୃତ୍ୟୁ ହୋଇଛି । କିନ୍ତୁ ଦୁର୍ଭାଗ୍ୟର କଥା କି ଆଜି ରାଜ୍ୟରେ ଏକ ୫ ବର୍ଷର ଶିଶୁ କରୋନାରେ ପ୍ରାଣ ହରାଇଛି । ଫଳରେ ରାଜ୍ୟରେ ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୪ରେ ପହଞ୍ଚିଯାଇଛି । ମୃତ୍ୟୁ ବରଣ କରିଥିବା ୭ ଜଣ ପୁରୁଷ ବୋଲି ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ୩ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ରାୟଗଡାରୁ ୨, କଟକ ଓ ଖୋର୍ଦ୍ଧା ଜିଲ୍ଲାର ଜଣେ ଲେଖାଏଁ ଥିବା ଜଣାପଡିଛି । ଏମାନଙ୍କ ଭିତରେ ଭୁବନେଶ୍ୱରର ଜଣେ ୫ ବର୍ଷୀୟ ଶିଶୁ ପ୍ରାଣ ହରାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0