spot_img

୨୦୨୩ ସୁଦ୍ଧା ଲୋୟର ସୁକତେଲ ପ୍ରକଳ୍ପ ସାରିବାକୁ ନିର୍ଦ୍ଦେଶ

ବଲାଙ୍ଗୀର: ଅତି ଶୀଘ୍ର ସମ୍ପୂର୍ଣ୍ଣ ହେବ ବଲାଙ୍ଗୀର ଜିଲ୍ଲାର ଲାଇଫ ଲାଇନ ପ୍ରକଳ୍ପ ଲୋୟର ସୁକତେଲ।ଦିଆଗଲାଣି ଡେଡ ଲାଇନ। ଆଗାମୀ ୨୦୨୩ ସୁଦ୍ଧା କାମ ସମ୍ପୁର୍ଣ୍ଣ କରିବାକୁ ନିର୍ଦେଶ ମିଳିସାରିଛି। ଏନେଇ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି। ବିସ୍ଥାପିତଙ୍କ ସମସ୍ୟାର ସମାଧାନ ସହ କାମକୁ ସମ୍ପୁର୍ଣ୍ଣ କରିବାକୁ ହାଇ ଲେବେଲ ବା ଉଚ୍ଚସ୍ତରୀୟ ଟିମର ନିର୍ଦ୍ଦେଶ ପରେ ଏବେ ଲୋୟର ସୁକତେଲ ପ୍ରକଳ୍ପ ଶୀଘ୍ର ଶେଷ ହେବା ନେଇ ଦେଖାଦେଇଛି ଆଶା। ସେପଟେ ଏଭଳି ସରକାରଙ୍କ ତତ୍ପରତାକୁ ପ୍ରଶଂସା କରିଛନ୍ତି ବଲାଙ୍ଗୀରବାସୀ। ହାଇଲାଇଟ ପ୍ରକଳ୍ପ ଉପରେ ଏବେ ହାଇଲେବଲ ଟିମର ନଜର। ହାଇଲେବଲ ଟିମର ଫୋକସ ଏବେ ବଲାଙ୍ଗୀରର ଲାଇଫ ଲାଇନ କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଉପରେ କ୍ଷ ଦୀର୍ଘ ୨ ବର୍ଷରୁ ଅଧିକ ସମୟ ଧରି ବନ୍ଦ ପଡିଥିବା ବଲାଙ୍ଗୀର ଲାଇଫଲାଇନ ଲୋୟର ସୁକତେଲ ପ୍ରକଳ୍ପକୁ ୨୦୨୩ ସୁଦ୍ଧା ଶେଷ କରିବାକୁ ଦିଆଯାଇଛି ନିର୍ଦ୍ଦେଶ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ହୋଇସାରିଛି। ତେବେ କାମ ତ୍ବରାନ୍ବିତ କରାଯିବା ପାଇଁ ମୁଖ୍ୟ ବାଧା ସାଜୁଥିବା ବିସ୍ଥାପିତଙ୍କ ସମସ୍ୟାର ସମାଧାନ ମଧ୍ୟ ହେବ । ଏହାକୁ ନେଇ ସମସ୍ତ ସମାଧାନର ବାଟ ଫିଟା ଯିବା ସହ ସେମାନଙ୍କୁ ଉଚିତ ଥଇଥାନ ଓ କ୍ଷତିପୂରଣ ଦିଆଯିବ । ସେମାନଙ୍କ ସାହାଯ୍ୟ ସହଯୋଗ ରହିଲେ ରଖାଯାଇଥିବା ଡେଡ ଲାଇନ ୨୦୨୩ ସୁଦ୍ଧା ନିଶ୍ଚିତ ଭାବରେ କାମ ସମ୍ପୁର୍ଣ୍ଣ ହେବା ନେଇ ପ୍ରଶାସନ ଆଶା ରଖିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular