ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ସ୍ୱତନ୍ତ୍ରତା ଆନ୍ଦୋଳନର ଐତିହାସିକ ପୀଠ ଚୌରା-ଚୌରି ଘଟଣାର ଶତାବ୍ଦୀ ସମାରୋହର ଶୁଭାରମ୍ଭ କରିଛନ୍ତି । ଉତ୍ତରପ୍ରଦେଶର ସମସ୍ତ ଜିଲ୍ଲାରେ ଏହି କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି । ଏହି କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ । ଏହି ସମାରୋହରେ ଯୋଗ ଦେଇ ସେ ଶହୀଦଙ୍କ ବଳିଦାନକୁ ଦେଶ ସର୍ବଦା ମନେ ରଖିବ ବୋଲି କହିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ଡାକ ଟିକଟର ଉନ୍ମୋଚନ କରିଛନ୍ତି । ୧୯୨୨ ମସିହା ଫେବୃଆରୀ ୪ ତାରିଖରେ ଚେଯରି- ଚୌରାରେ ଘଟିଥିବା ଏକ ଘଟଣାକୁ ନେଇ ଉତ୍ତେଜିତ ଲୋକେ ସ୍ଥାନୀୟ ପୋଲିସ ଷ୍ଟେସନରେ ନିଆଁ ଲଗାଇ ଦେଇଥିଲେ । ଫଳରେ ପୋଲିସ ଷ୍ଟେସନରେ ଥିବା ପୋଲିସ ମାନଙ୍କ ମଧ୍ୟରୁ ୨୩ ଜଣଙ୍କର ପ୍ରାଣହାନୀ ଘଟିଥିବା ବେଳେ ୩ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଥିଲା । ଏହି ଘଟଣା ପରେ ମହାତ୍ମା ଗାନ୍ଧୀ ଅସହଯୋଗ ଆନ୍ଦୋଳନକୁ ପ୍ରତ୍ୟାହାର କରିନେଇଥିଲେ । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ଚଳିତ ବଜେଟକୁ ନେଇ ବିରୋଧୀ ମାନେ ଦେଉଥିବା ମନ୍ତବ୍ୟ ଉପରେ କଡା ଜବାବ ରଖିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0