spot_img

ଚଳିତବର୍ଷ ଓଡିଶାକୁ ମିଳିଛି ୬,୯୯୫ କୋଟି ୫୮ ଲକ୍ଷ ଅନୁଦାନ

ଓଡିଶାରେ ରେଲୱେ ପ୍ରକଳ୍ପ ପାଇଁ କେନ୍ଦ୍ର ଘୋଷଣା କଲା ଅନୁଦାନ । ଚଳିତବର୍ଷ ଓଡିଶାକୁ ମୋଟ୍ ୬ ହଜାର ୯୯୫ କୋଟି ୫୮ ଲକ୍ଷ ଅନୁଦାନ ମିଳିଛି । ଗତବର୍ଷ ଅପେକ୍ଷା ଏବର୍ଷ ୬୦ ପ୍ରତିଶତ ଅଧିକ ଅନୁଦାନ ମିଳିଛି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୂର୍ବ ଓ ପଶ୍ଚିମ ଓଡିଶାକୁ ଯୋଡୁଥିବା ଖୋର୍ଦ୍ଧା ରୋଡ୍ ବଲାଙ୍ଗିର ରେଳ ଲାଇନ ୧ ହଜାର କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି । ଏହି ରେଳ ଲାଇନ ସମ୍ପୂର୍ଣ୍ଣ ହେଲେ ଓଡିଶା ଶିଳ୍ପ, ପର୍ଯ୍ୟଟନ ଓ କୃଷିର ବିକାଶ ହୋଇପାରିବ । ସେହିପରି ଅନୁଗୁଳ- ସୁକିନ୍ଦା ରେଳ ଲାଇନ୍ ପାଇଁ ୪ ଶହ କୋଟି ଓ ହରିଦାସପୁର ପାରାଦୀପ ଲାଇନ ପାଇଁ ୧୦୦ କୋଟି ଟଙ୍କା ଅନୁଦାନ ବ୍ୟବସ୍ଥା ହୋଇଛି । ସମ୍ବଲପୁର ତାଳଚେର ରେଳ ଲାଇନ ଦୋହରୀକରଣ ପାଇଁ ୧ ଶହ ୭୩ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଚଳିତ ବର୍ଷ ଅଧୁରାକାମ ସାରିବା, ଆଧୁନିକୀକରଣ ଓ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ନୂଆ ଲାଇନ ପାଇଁ ୧ ହଜାର ୫୫୩ କୋଟି, ଡବଲିଂ ପାଇଁ ୧ ହଜାର ୭୦୨ କୋଟି, ଲେବଲ କ୍ରସିଂ ପାଇଁ ୧୮ କୋଟି, ଟ୍ରାକ ନବୀକରଣ ପାଇଁ ୪୦୨ କୋଟି, ସେତୁ ନିର୍ମାଣ ପାଇଁ ୩୮.୫ କୋଟି, ବିଦୁ୍ୟତକରଣ ପାଇଁ ୧୭୩ କୋଟି, ଯାତ୍ରୀ ସୁବିଧା ପାଇଁ ୩୦୦ କୋଟି ଓ ସିଗ୍ନାଲ ପାଇଁ ୬୯ କୋଟି ଟଙ୍କା ବ୍ୟବସ୍ଥା ହୋଇଛି । କେବଳ ସେତିକି ନୁହେଁ ଓଡିଶାରେ ରେଳ ସଂପର୍କୀତ ୩ ଟି କାରଖାନା ପାଇଁ ୧୨ କୋଟି ମଂଜୁର ମିଳିଛି । ଅନୁଗୁଳ ବିଦ୍ୟୁତ ରେଳ ଇଂଜିନ କାରଖାନା ସଂପ୍ରସାରଣ ପାଇଁ ୧କୋଟି, ମାନେଶ୍ୱର ମାଲବାହୀ ଟ୍ରେନ ମରାମତି କାରଖାନା ପାଇଁ ୧୦ କୋଟି, କଳାହାଣ୍ଡିରେ ବିଦୁ୍ୟତ ଇଂଜିନ ମରାମତି କାରଖାନା ପାଇଁ ୧ କୋଟି ମଞ୍ଜୁରୀ ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular