ଦିଲ୍ଲୀ: ଉଠିଲା ଗାଜିପୁର ସୀମାରେ ପୋତା ଯାଇଥିବା କଣ୍ଟା । ରାଜଧାନୀ ଦିଲ୍ଲୀର ଗାଜିପୁର ସୀମାରେ ପୋତା ଯାଇଥିବା କଣ୍ଟା ଗୁଡ଼ିକୁ ଆଜି କିଛି ଲୋକ ଉଠାଇ ଦେଇଛନ୍ତି । କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ବିଭିନ୍ନ ସୀମାରେ ଚାଷୀ ଆନ୍ଦୋଳନ ଜାରି ରହିଛି। ଜାନୁଆରୀ ୨୬ ହିଂସା ପରେ ଗାଜିପୁର ସୀମାରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବା ପାଇଁ ଚାଷୀ ନେତା ଟିକୈତଙ୍କ ଆହ୍ୱାନ କ୍ରମେ ବିଭିନ୍ନ ସଙ୍ଗଠନର ଶତାଧିକ କୃଷକମାନେ ଆସି ଡେରା ପକାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରିଥିଲା। ୧୨ ଲେୟାର ବ୍ୟାରିକେଡ ସାଙ୍ଗକୁ ଅସ୍ଥାୟୀ କଙ୍କ୍ରିଟ କାନ୍ଥ ଏବଂ ରାସ୍ତାରେ କଣ୍ଟା ପୋତିଥିଲା ପୁଲିସ । ତେବେ ଆଜି ଏହାକୁ ବିରୋଧ କରି କିଛି ଲୋକେ ପୋତାଯାଇଥିବା କଣ୍ଟାକୁ ରାସ୍ତାରୁ ହଟାଇ ଦେଇଛନ୍ତି। ହାତୁଡି ଓ ନିଅଣ ସାହାଯ୍ୟରେ କଣ୍ଟାଗୁଡିକୁ ଉପାଡି ଦେଇଛନ୍ତି। ତେବେ କେଉଁମାନେ ଏହି କଣ୍ଟାକୁ ରାସ୍ତାରୁ ରାତାରାତି ହଟାଇ ଦେଇଛନ୍ତି ସେ ନେଇ କିଛି ସୂଚନା ମିଳି ନାହିଁ। ରାସ୍ତାରୁ କିଏ କଣ୍ଟା ଉପାଡିଲା ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0