କୃଷି ଆଇନକୁ ସମର୍ଥନ କରୁଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଏହା ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ପୁଣିଥରେ ଆତଙ୍କବାଦୀ କହିଛନ୍ତି। କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ଯିଏ ବି ସାମାନ୍ୟତମ ସମର୍ଥନ କରୁଛନ୍ତି, ତାଙ୍କୁ କଙ୍ଗନା ସୋଶାଲ ମିଡିଆରେ ନିଜ ଇଚ୍ଛା ଅନୁସାରେ ଜବାବ ଦେଉଛନ୍ତି। ଏହିକ୍ରମରେ କ୍ରିକେଟର ରୋହିତ ଶର୍ମା ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ଗୋଟିଏ ଟ୍ୱିଟ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ କଙ୍ଗାନା ତାଙ୍କ ବିରୋଧରେ ଧୋବାର କୁକୁର ଭଳି ଶବ୍ଦ ବ୍ୟବହାର କରିବାକୁ ପଛାଇ ନାହାନ୍ତି। ତେବେ ରୋହିତଙ୍କ ବିରୋଧରେ ଅଭଦ୍ର ଓ ବିବାଦୀୟ ବୟାନ ଦେଇଥିବାରୁ ଟ୍ୱିଟର କଙ୍ଗନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0