spot_img

କାଲି ଠାରୁ ଆରମ୍ଭ ହେବ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ

ଚେନ୍ନାଇ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ କାଲି ଠାରୁ ଆରମ୍ଭ ହେବାକୁ ଯାଉଛି । ଅଧିନାୟକ ବିରାଟ କୋହଲି ଫେରିବା ପରେ ଦଳ ଅଧିକ ଶକ୍ତିଶାଳୀ ହୋଇଛି । ତେବେ କିଛି ଅଭିଜ୍ଞ ଫେରିବା ପରେ ଦଳୀୟ ଅଧିକାରୀମାନେ ଏବେ ଚୂଡ଼ାନ୍ତ ଏକାଦଶ ଚୟନ ନେଇ ଦ୍ବନ୍ଦ୍ବରେ ରହିଛନ୍ତି । ଅଷ୍ଟ୍ରେଲିଆରେ ଶୃଙ୍ଖଳା ବିଜୟ ଉପହାର ଦେଇଥିବା କିଛି ଯୁବ ଖେଳାଳି ଇଂଲଣ୍ଡ ବିପକ୍ଷରେ ଖେଳିବାର ସମ୍ଭାବନା କମ୍ ରହିଛି । ରବୀନ୍ଦ୍ର ଜାଦେଜା, ଉମେଶ ଯାଦବ ଏବଂ ମହମ୍ମଦ ସାମି ଏବେ ବି ଶତ ପ୍ରତିଶତ ଫିଟ୍ ନଥିବାରୁ ଯୁବ ଖେଳାଳିଙ୍କ ପାଇଁ ଏହି ଶୃଙ୍ଖଳାରେ ଅବଶ୍ୟ କିଛି ସ୍ଥାନ ଖାଲି ରହିଛି । ତଥାପି କାହାକୁ ନେବେ, କାହାକୁ ନନେବେ ସେ ସଂଶୟ ଏବେ ବି ଅଧିକାରୀଙ୍କ ମନରେ ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular