ଅନୁଗୋଳ : ଡିଜେଲ ଚୋରି ରାକେଟର ପର୍ଦ୍ଦାଫାଶ କଲା ପୋଲିସ । ଅନୁଗୋଳ ଜିଲ୍ଲା କଣିହାଁ ଥାନା କୁମୁଣ୍ଡା ଗ୍ରାମ ନିକଟରେ ଚାଲିଥିବା ଡିଜେଲ ଚୋରି ରାକେଟ ଉପରେ ଜିଲ୍ଲା ପୋଲିସର ସ୍ବତନ୍ତ୍ର ସ୍କାର୍ଡ ଚଢ଼ାଉ କରିଛି । ଏହି ସମୟରେ ବିପୁଳ ପରିମାଣର ଡିଜେଲ, ୨ଟି ବୋଲେରୋ, ଦୁଇଟି ବାଇକ, ଗୋଟିଏ ସ୍କୁଟି ଜବତ କରିବା ସହିତ ୫ ଜଣଙ୍କୁ ଘଟଣାସ୍ଥଳରୁ ଗିରଫ କରିଛି । ଏହି ଗ୍ୟାଙ୍ଗ ବିଭିନ୍ନ ଖଣି ଓ ଟ୍ରାନ୍ସପୋର୍ଟ କମ୍ପାନୀର ଗାଡିରୁ ଡିଜେଲ ଚୋରି କରିଥାନ୍ତି । ଏନେଇ ବିଭିନ୍ନ ଅଭିଯୋଗ ଆସିବାରୁ ଚଢ଼ାଉ କରାଯାଇଥିଲା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0