spot_img

ଦାମି ଗାଡିରେ ଗଞ୍ଜେଇ ଚାଲାଣ, ଫୁଲବାଣୀରୁ ଭୁବନେଶ୍ୱର ହେଉଥିଲା ଚାଲାଣ

ଭୁୁବନେଶ୍ୱର: ରାଜଧାନୀରେ ଦାମୀ ଗାଡିରେ ଗଂଜେଇ ଚାଲାଣ । ପୁଣି ଏପରି ଏକ ଘଟଣା ସାମ୍ନାକୁ ଆସିଛି ରାଜଧାନୀର ବରମୁଣ୍ଡା ଅଂଚଳରୁ । ଫୁଲବାଣୀରୁ ରାଜଧାନୀ ଭୁବନେଶ୍ୱରକୁ ହେଉଥିଲା ଗଂଜେଇ ଚାଲାଣ । ଦାମିକା ଟୟୋଟା ଗାଡିରେ ଗଂଜେଇ କାରବାର ସମୟରେ ବରମୁଣ୍ଡା ଅଂଚଳରେ ଗାଡିକୁ ଜବତ କରିଛି ଅବକାରୀ ବିଭାଗ । ଗାଡି ଭିତରୁ ୪୦ କେଜି ଗଂଜେଇ ଜବତ ହୋଇଛି । ଏହି ଗଂଜେଇ କାରବାରରେ ସଂପୃକ୍ତି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି । ଏହା ପଛରେ ଅନ୍ୟ କେଉଁ ରାକେଟ କାମ କରୁଛି ସେ ନେଇ ଅବକାରୀ ବିଭାଗ ତଦନ୍ତ ଜାରି ରଖିଛି।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular