ରାଜନଗର: ରାଜନଗରରେ ସ୍ୱୟଂ ସହାୟକ ଗୋଷ୍ଠୀର ବ୍ଲକ ସ୍ତରୀୟ ସମନ୍ନୟ ମେଳା । ଜରିମୂଳ ସ୍ଥିତ ଚାନ୍ଦିବାଉଁଶମୂଳ ବ୍ୟାଙ୍କ ଅଫ ବରୋଦା ଶାଖା ପରିସରରେ ମେଳା ଅନୁଷ୍ଠିତ ହୋଇଛି । ଜୀବିକା ମିଶନର ପ୍ରେଜେକ୍ଟ ମ୍ୟାନେଜର ରଶ୍ମିରଞ୍ଜନ ଦାଶଙ୍କ ସଂଯୋଜନାରେ ମେଳା ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ଭାବରେ ବ୍ୟାଙ୍କ ଅଫ ବରୋଦା ଭୁବନେଶ୍ୱର ୨ର କ୍ଷେତ୍ରୀୟ ପ୍ରବନ୍ଧକ ଅନମୟ କୁମାର ମିଶ୍ର ଯୋଗଦେଇ ଥିଲେ । ଏବଂ ସମନ୍ନୟ ମେଳା ମହିଳାମାନଙ୍କର ବିକାଶ କରିବା ପାଇଁ, ବ୍ୟାଙ୍କ ଗୋଷ୍ଠୀ ସମୁହମାନଙ୍କୁ ଫାଇନାନ୍ସ କରିବା ପାଇଁ ପ୍ରକ୍ରିୟା ଏବଂ ୧୦୧ ଟି ଗୋଷ୍ଠୀକୁ ୧କୋଟି ୬୦ଲକ୍ଷ ଟଙ୍କା ପାଇନାନ୍ସ କରିଛୁ ବୋଲି କହିବା ସହ ଷ୍ଟାଣ୍ଡ ଅଫ ଇଣ୍ଡିଆ ସ୍କିମରେ ମହିଳା ଅଂଶିଦାର ଥିବା ଜଣେ ମହିଳାଙ୍କୁ ୧୦ଲକ୍ଷ ୫୦ହଜାର ଟଙ୍କା ଫର୍ଣ୍ଣିଚର ଦୋକାନ କରିବା ପାଇଁ ଋଣ ଦିଆଯାଇଛି ବୋଲି ଶ୍ରୀ ମିଶ୍ର କହିଥିଲେ । ଏହାସହ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀକୁ ଦିଆଯାଉଥିବା ଋଣର ସଠିକ ଭାବରେ ଉପୋଯୋଗ କରି ମହିଳାମାନେ ରୋଜଗାର କ୍ଷମ ହେବାସହ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ରାଜନଗର ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ପକ୍ଷରୁ ଏହି ସମନ୍ବୟ ମେଳାର ଆୟୋଜନ କରାଯାଇଥିବା ବ୍ୟାଙ୍କ ପକ୍ଷରୁ ସୂଚନା ମିଳିଛି । କାର୍ୟ୍ୟକ୍ରମରେ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଯୋଗଦେଇଥିଲେ ।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0