ବାଙ୍ଗିରିପୋଷି: ମୟୁରଭଞ୍ଜ ଦ୍ଵାରଶୁଣୀ ଘାଟିରେ ଦୁଇଟି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଫଳରେ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ହେଲପର ଗୁରୁତର ଆହତ ହୋଇଛନ୍ତି । ଗୁରୁବାର ବିଳମ୍ବିତ ରାତିରେ ଲୁହା କଣ୍ଟା ବୋଝେଇ ଏକ ମିନି ଟ୍ରକ୍ ଘାଟି ରାସ୍ତାରେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ପାଇପ ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ କଣ୍ଟା ବୋଝେଇ ଟ୍ରକ୍ ଡ୍ରାଇଭର ଚାପି ହୋଇଯିବାରୁ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ହେଲପରଙ୍କୁ ଉଦ୍ଧାର କରି ବାରିପଦା ପି.ଆର.ଏମ ମେଡିକାଲ କଲେଜକୁ ପଠାଯାଇଛି । ଶୁକ୍ରବାର ସକାଳୁ ବାଙ୍ଗିରିପୋଷି ପୋଲିସ କ୍ରେନ୍ ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ଦୁଇଟିକୁ ହଟାଇବା ସହ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0