ମାଲକାନଗିରି : ମାଲକାନଗିରିରେ ଯବାନଙ୍କୁ ମିଳିଛି ବଡ଼ ସଫଳତା। ବି.ଏସ.ଏଫ ଜବାନଙ୍କ ଅପରେସନ୍ ବେଳେ ଧରାପଡ଼ିଲା ମାଓବାଦୀଙ୍କ ବଡ଼ ଧରଣର ବିସ୍ଫୋରକ ଡମ୍ପିଙ୍ଗ୍ ୟାଡ। ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ପିପଲପଦର ଜଙ୍ଗଲରୁ ଏହି ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛନ୍ତି ବି.ଏସ.ଏଫ ଯବାନ। ମାଓବାଦୀ ଜଙ୍ଗଲ ମଧ୍ୟରେ ଏକ ବିରାଟ ଗାତ କରି ଏକ ଡ୍ରମରେ ବିସ୍ଫୋରକ ସାମଗ୍ରୀକୁ ଲୁଚାଇ ରଖିଥିଲେ। ମାଓବାଦୀମାନେ ପୁଲିସକୁ ବଡ଼ ଧରଣର କ୍ଷତି ପହଞ୍ଚାଇବା ପାଇଁ ଯୋଜନା କରିଥିଲେ। ଘଟଣା ସ୍ଥଳରୁ ଜିଲଟିନ, ଡିଟୋନେଟର, କାଡେକ୍ସ ୱାୟର, ମାଓ ୟୁନିଫର୍ମ, ମାଓ ପୁସ୍ତିକା ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଆନ୍ଧ୍ର ଓଡ଼ିଶା ବୋର୍ଡର ମାଓ ସଙ୍ଗଠନ (ଏ.ଓ.ବି) ଏହାକୁ ଲୁଚାଇଥିବା ଅନୁମାନ କରାଯାଉଛି। ବର୍ତ୍ତମାନ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0