ଭୁବନେଶ୍ୱର : ଭୁବନେଶ୍ୱର ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଦିବ୍ୟାଙ୍ଗଙ୍କୁ ନିର୍ଯ୍ୟାତନା ଘଟଣା । ଧରାପଡ଼ିଛି ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରା। ତାଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍। ସୁରେଶ ହେଉଛନ୍ତି ନିଖିଳ ଓଡିଶା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସାଧାରଣ ସଂପାଦକ। ରାଜଧାନୀ ଭୁବନେଶ୍ୱରର ପଳାଶପଲ୍ଲୀ ସ୍ଥିତ ଭିନ୍ନକ୍ଷମ ତାଲିମକେନ୍ଦ୍ରରେ ହାଇ ପ୍ରୋଫାଇଲ ସେକ୍ସ ରାକେଟ୍ ଚାଲିଥିବା ନେଇ ଅଭିଯୋଗ ଆସିଥିଲା। ଏହାର ଭିଡିଓ ଭାଇରାଲ୍ ହେବା ପରେ ଖୋଲିଛି କେଳେଙ୍କାରୀର ଗୁମର। ଏଭଳି ଅନୈତିକ ଘଟଣାର ପର୍ଦ୍ଦାଫାଶ କରିଥିଲେ ସେହି ତାଲିମ କେନ୍ଦ୍ରର କିଛି ଅନ୍ତେବାସୀ ଓ ଷ୍ଟାଫ୍। କେମିତି ହୁଏ ଡିଲ୍ ତାହାର ଏକ ଭିଡିଓ ସାମ୍ନାକୁ ଆସିବା ପରେ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଦିନରେ ୨୫ ଶହ, ରାତି ପାଇଁ ୫ ହଜାର ଟଙ୍କାରେ ହୁଏ ଡିଲ୍ । ବାହାରୁ ଯୁବତୀ ଆସନ୍ତି । ଆଉ ତାଙ୍କ ପାଇଁ ନାମୀଦାମୀ ଗ୍ରାହକ ଠିକ୍ କରନ୍ତି ସୁରେଶ ଚନ୍ଦ୍ର ବେହେରା। ଏମିତିକି ତାଲିମ କେନ୍ଦ୍ର ତଦାରଖ କରିବାକୁ ଆସୁଥିବା କିଛି ସରକାରୀ ବାବୁଙ୍କ ପାଇଁ ଏଠାରେ ଥିଲା ସ୍ୱତନ୍ତ୍ର ରୁମ୍ ସହ ସ୍ୱତନ୍ତ୍ର ବ୍ୟବସ୍ଥା । ବଡ କଥା ହେଲା କେବେ କେବେ ବାହାରୁ ଯୁବତୀ ଆସି ନ ପାରିଲେ, ସେଠାରେ ରହୁଥିବା ଭିନ୍ନକ୍ଷମ ଯୁବତୀଙ୍କୁ ମଧ୍ୟ ବାଧ୍ୟ କରାଯାଇ ବ୍ୟବହାର କରାଯାଉଥିବାର ସାଂଘାତିକ ଅଭିଯୋଗ ହୋଇଛି। ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଏଭଳି ଅନୈତିକ କାଣ୍ଡ ନେଇ ଡିସେମ୍ବରରୁ ଏୟାରପୋର୍ଟ ଥାନାରେ ଅଭିଯୋଗ ହୋଇଥିଲା । ହେଲେ ଚାପରେ ପଡ଼ି ତଦନ୍ତ ଆଗକୁ ବଢ଼ିନଥିବା ଅଭିଯୋଗ ହୋଇଥିଲା ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0