ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭାଇ ଏବଂ ତାଙ୍କ ପତ୍ନୀଙ୍କୁ ହତ୍ୟା । ଦିଲ୍ଲୀର ବିଟା ୨ ଥାନା ଅଞ୍ଚଳ ସ୍ଥିତ ଆଲ୍ଫା ୨ ସେକ୍ଟରରେ ଏକ ଭଡ଼ା ଘରେ ରହୁଥିବା ଦମ୍ପତ୍ତିଙ୍କୁ କେହି ଦୃର୍ବୁତ୍ତ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ଘଟଣା ସ୍ଥଳରେ ପୋଲିସ ଆୟୁକ୍ତ ଆଲୋକ ସିଂ, ଉପ-ଆୟୁକ୍ତ ଲବ କୁମାର, ଗ୍ରେଟର ନୋଇଡା ଜୋନର ଡିସିପି ରାଜେଶ କୁମାର ଏବଂ ଅନ୍ୟ ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଆଲ୍ଫା ୨ ସେକ୍ଟର ଅଞ୍ଚଳରେ ରହୁଥିବା ନରେନ୍ଦ୍ର ନାଥ ଏବଂ ତାଙ୍କ ପତ୍ନୀ ସୁମନ ନାଥ ସେ ଅଞ୍ଚଳରେ ସାମାଜିକ କର୍ମୀ ଭାବେ ଲୋକଙ୍କ ସେବା କରୁଥିଲେ। ସୁମନ ନାଥ ମାଗଣା ଯୋଗ ତାଲିମ ଦେଉଥିବାବେଳେ ନରେନ୍ଦ୍ର ନାଥ ଅନେକ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରୁଥିଲେ। ଫୋନ ରିସିଭ କରିନଥିଲେ । ପାଖାପାଖି ରହୁଥିବା ସମ୍ପର୍କୀୟ ଆଲଫା ଟୁରେ ଦମ୍ପତିଙ୍କ ଘରେ ପହଂଚି ଥିଲେ । କିନ୍ତୁ କବାଟ ବନ୍ଦ ଥିବାରୁ ଚେଷ୍ଟା କରି ଘର ଭିତରକୁ ପ୍ରବେଶ କରିଥିଲେ । ଘରେ ପଶିବା ମାତ୍ରେ ସେମାନେ ପୁରା ଘଟଣା ବିଷୟରେ ଜାଣିଯାଇଥିଲେ । ତେବେ ମୃତ ନରେନ୍ଦ୍ର ନାଥ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ସମ୍ପର୍କୀୟ ଭାଇ ହୋଇଥିବା ମୃତକଙ୍କ ପୁଅ ରୋହିତ ସୂଚନା ଦେଇଥିବା ଜଣାପଡ଼ିଛି ।



Visitors Today : 1
Total Visitors : 130433
Total Views : 9891964
Visitors Online Now : 0