spot_img

କୋଭିଡ ଟିକାର ଜରୁରୀକାଳୀନ ବ୍ୟବହାର ନିମନ୍ତେ କରିଥିବା ଆବେଦନ ପ୍ରତ୍ୟାହାର କଲା ଫାଇଜର

ନୂଆଦିଲ୍ଲୀ: ଭାରତରେ କୋଭିଡ ଟିକାର ଜରୁରୀକାଳୀନ ବ୍ୟବହାର ନିମନ୍ତେ କରିଥିବା ଆବେଦନ ପ୍ରତ୍ୟାହାର କଲା ଫାଇଜର । ଭାରତରେ ଫାଇଜର ଟିକାର ବ୍ୟବହାର ନେଇ ପରିବେଶ ଅନୁକୂଳ ନୁହେଁ । ଏହି ଟିକାକୁ ମାଇନସ ୭୦ ଡିଗ୍ରୀ ତାପମାତ୍ରାରେ ରଖିବାକୁ ପଡିଥାଏ । ଏପରି ଥଣ୍ଡା ପରିବେଶ ଭାରତରେ ପାଇବା କଷ୍ଟକର । ଭାରତ ପରି ଗ୍ରୀଷ୍ମ ପ୍ରଧାନ ଦେଶରେ ଫାଇଜର ଟିକା ବ୍ୟବହାର ଏହି କାରଣରୁ କଷ୍ଟକର ରହିବ । ତେଣୁ କରୋନା ଟିକା ପ୍ରସ୍ତୁତକାରୀ କମ୍ପାନୀ ଫାଇଜର ଆଣ୍ଡ ବାୟୋଟେକ ଭାରତରେ ଏହାର ଜରୁରୀକାଳୀନ ବ୍ୟବହାର ନେଇ ଆବେଦନକୁ ପ୍ରତ୍ୟାହାର କରିନେଇଛି । ଏସବୁକୁ ଅନୁଧ୍ୟାନ କରିବା ପରେ ଫାଇଜର ଭାରତରେ ଏହାର ଜରୁରୀକାଳୀନ ବ୍ୟବହାର ଆବେଦନକୁ ପ୍ରତ୍ୟାହାର କରିନେଇଛି । ଦେଶରେ ଏବେ ଦୁଇଟି କରୋନା ଟିକା ବ୍ୟବହାର ହେଉଛି । ଭାରତ ବାୟୋଟେକ୍ ପ୍ରସ୍ତୁତ କରିଥିବା କୋଭାକ୍ସିନ୍ ଏବଂ ସେରମ୍ ଇନଷ୍ଟିଚ୍ୟୁଟ ନିର୍ମାଣ କରିଥିବା କୋଭିସିଲଡ ଟିକାକୁ କରୋନା ମୁକାବିଲାରେ ବ୍ୟବହାର କରାଯାଉଛି । ଉଭୟ ଟୀକାର ସଫଳତା ହାର ଶତ ପ୍ରତିଶତ ରହିଥିବାବେଳେ ଏବେ ଆହୁରି ଦୁଇଟି ଟୀକା ସରକାରଙ୍କ ଅନୁମୋଦନ ଅପେକ୍ଷାରେ ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular