spot_img

ହାସ୍ୟ ଅଭିନେତା ମୁନୱାରଙ୍କୁ ମିଳିଛି ଜାମିନ

ନୂଆଦିଲ୍ଲୀ: ହାସ୍ୟ ଅଭିନେତା ମୁନୱାରଙ୍କୁ ମିଳିଛି ଜାମିନ । ହାଇକୋର୍ଟର ଇନ୍ଦୋର ବେଂଚରୁ ତାଙ୍କ ଜାମିନ ଆବେଦନ ପ୍ରତ୍ୟାଖ୍ୟାନ କରାଯିବା ପରେ ମୁନୱାର ସୁପ୍ରିମକୋର୍ଟ ଯାଇଥିଲେ । ଶୁକ୍ରବାର ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ସୂଚନା ମୁତାବକ, ଇନ୍ଦୋରର ଏକ କାଫେରେ ମନୋରଞ୍ଜନମୂଳକ କାର୍ଯ୍ୟକ୍ରମରେ ମୁନୱାର ଫାରୁକି ହିନ୍ଦୁ ଦେବତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ନେତାଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି । ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା । ଫାରୁକିଙ୍କୁ ଗତ ଏକ ମାସ ଧରି କେନ୍ଦ୍ରୀୟ ଜେଲରେ ରଖାଯାଇଥିଲା । ସେ ଇନ୍ଦୋର ଜିଲା କୋର୍ଟ ଏବଂ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ । କିନ୍ତୁ ତାଙ୍କ ଜାମିନ ଆବେଦନ ଉଭୟ କୋର୍ଟରେ ପ୍ରତ୍ୟାଖ୍ୟାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular