spot_img

ରେପୋ ରେଟ ବଦଳାଇଲେନି ଶକ୍ତିକାନ୍ତ

ନୂଆଦିଲ୍ଲୀ :ରେପୋ ରେଟ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ । ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏମପିସି ବୈଠକରେ ସୁଧ ଦରରେ କୌଣସି ପରିବର୍ତ୍ତନ ନ କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କ ନୂଆ କ୍ରେଡିଟ ପଲିସି ଘୋଷଣା କରିଛି । ଲଗାତାର ଚତୁର୍ଥ ଥର ପାଇଁ ସୁଧ ଦରରେ ଆରବିଆଇ କୌଣସି ପରିବର୍ତ୍ତନ ନ କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ରେପୋ ରେଟ ୪ ପ୍ରତିଶତ ରହିଥିବା ବେଳେ ରିଜର୍ଭ ରେପୋ ରେଟ ୩.୩୫ ପ୍ରତିଶତ ରହିଛି । ସେହିଭଳି ୨୦୨୧-୨୨ ରେ ଜିଡିପି ୧୦.୫ପ୍ରତିଶତ ରହିବା ଅନୁମାନ କରାଯାଉଛି । କରୋନା ମହାମାରୀ ଦ୍ୱାରା ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି । ଏହି ପରସ୍ଥିତିରେ କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା କରାଯାଇଥିବା ଘୋଷଣା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular