ନୂଆଦିଲ୍ଲୀ : ସେମି ଫାଇନାଲରୁ ଓହରିଲେ ସେରେନା ଓ୍ୱିଲମସ । ମହିଳା ଟେନିସ ତାରକା ସେରେନା ଓ୍ୱିଲମସ ଅଷ୍ଟ୍ରେଲିଆନ ଓପନରୁ ଓହରି ଆସିଛନ୍ତି । ତାଙ୍କ ଡାହାଣ କାନ୍ଧରେ ଆଘାତ ଲାଗିଥିବାରୁ ସେ ଏହି ନିଷ୍ପତ୍ତି ନେଇଛନ୍ତି । ସେମିଫାଇନାଲ ମ୍ୟାଚର ଠିକ୍ କିଛି ଘଣ୍ଟା ପୂର୍ବରୁ ସେ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି। ୩୯ ବର୍ଷୀୟା ଏହି ଖେଳାଳି ଅକ୍ଟୋବରରେ ଫ୍ରେଞ୍ଚ୍ ଓପନରୁ ଓହରିବା ପରେ ଅଷ୍ଟ୍ରେଲିଆନ ଓପନ ଖେଳୁଥିଲେ । ଏଥିପାଇଁ ସେ ଅଷ୍ଟ୍ରେଲିଆରେ ପହଁଚି ୧୪ ଦିନ କ୍ୱାରେଣ୍ଟାଇନରେ ରହିଥିଲେ । ଚଳିତ ସପ୍ତାହରେ ସେ ମେଲବର୍ଣ୍ଣ ପାର୍କରେ ଖେଳାଯାଇଥିବା ଗୋଟିଏ ମ୍ୟାଚରେ ୬-୨, ୪-୬ ଓ ୧୦-୬ରେ ଆମେରିକାର ଡାନିଏଲି କୋଲିନ୍ସଙ୍କୁ ପରାସ୍ତ କରିଥିଲେ ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0