ଖୋର୍ଦ୍ଧା: ଖୋର୍ଦ୍ଧାରେ ଫାଇଲେରିଆ ନିରାକରଣ ପାଇଁ ଅଭିଯାନ । ଏଥିପାଇଁ ଜିଲ୍ଲା ମୁଖ୍ୟ ଚିକିସl ଓ ଜନସ୍ୱାସ୍ଥ୍ୟ ଅଧିକାରୀ ତରଫରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯାନ ଫେବୃୟାରୀ ୧୦ରୁ ୧୯ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ । ଓଡ଼ିଶା ସରକାରଙ୍କ ଦ୍ୱାରା ଏନେଇ ଆଲୋଚନା କରାଯାଇଛି । ୨ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା, ଅତ୍ୟଧିକ ଅସୁସ୍ଥ ବ୍ୟକ୍ତିଙ୍କୁ ଛାଡ଼ି ଅନ୍ୟ ସମସ୍ତେ ଏହି ଔଷଧ ସେବନ କରିପାରିବେ । ଏହି ଔଷଧ ସେବନ ସମ୍ପୁର୍ଣ୍ଣ ନିରାପଦ ଓ ସୁରକ୍ଷିତ । ଏଥିରେ କେହି ଭୟଭିତ ନହେବା ପାଇଁ ଖୋର୍ଦ୍ଧା ସିଡ଼ି.ଏମ.ଓ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଜିଲ୍ଲା ଫାଇଲେରିଆ ନିରାକରଣ ଅଭିଯାନରେ ଉଭୟ ଜନସାଧାରଣ ଓ ସାମ୍ବାଦିକ ଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ସମ୍ମିଳନୀରେ ଆଲୋକପାତ କରାଯାଇଥିଲା ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0