spot_img

ବାଣପୁରରେ ନେତାଜୀ କ୍ରିକେଟ ଟୁର୍ଣ୍ଣାମେଂଟ ଅନୁଷ୍ଠିତ

ବାଣପୁର:  ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଝିଣ୍ଟିକାପଲ୍ଲୀ ଠାରେ ନେତାଜୀ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଫେବୃଆରୀ ୧୪ ରେ ସାରା ବିଶ୍ୱ ଭାଲେଣ୍ଟାଇନ ଦିବସ ପାଳୁଥିବା ବେଳେ ପୁଲୱାମା ହତ୍ୟାକାଣ୍ଡରେ ନିହତ ହୋଇଥିବା ସହିଦ ମାନଙ୍କୁ ମନେ ରଖିବା ଉଦ୍ଦେଶ୍ୟରେ ଏହି ଟୁର୍ନାମେଣ୍ଟର ଆୟୋଜନ କରାଯାଇଛି l ଏହି ଟୁର୍ନାମେଣ୍ଟ ରେ ମୁଖ୍ୟ ଅତିଥି ରୂପେ ଶୁଭ୍ରଦୀପ ସ୍ୱାଇଁ ଯୋଗଦେଇ ସମସ୍ତ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ l ଏହି ଟୁର୍ନାମେଣ୍ଟ ସ୍ଥାନୀୟ ଅଞ୍ଚଳର ୮ଟି ଟିମକୁ ନେଇ ଖେଳାଯିବ ବୋଲି ଆୟୋଜକ ଶ୍ରୀ ତପନ କୁମାର ପ୍ରଧାନ ମତ ରଖିଛନ୍ତି l ଆୟୋଜକ ମଣ୍ଡଳୀ ଏହି ଅଞ୍ଚଳର ସମସ୍ତ ସାମ୍ବାଦିକ ମାନଙ୍କୁ ନିମନ୍ତ୍ରଣ କରି ସମ୍ମାନିତ ମଧ୍ୟ କରିଥିଲେ l ଏଭଳି ଏକ ମହତ ଉଦ୍ଦେଶ୍ୟ ରଖି କ୍ରିକେଟ ଖେଳର ଆୟୋଜନ କରିଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ତପନଙ୍କୁ ଧନ୍ୟବାଦ ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here

- Advertisment -

Most Popular