spot_img

ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତ୍ରୀ ପଦ୍ମିନୀଙ୍କ ପୁଅ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ପଦ୍ମିନୀ କୋହ୍ଲାପୁରୀଙ୍କ ପୁଅ । ଅଭିନେତ୍ରୀ ପଦ୍ମିନୀ କୋହ୍ଲାପୁରୀଙ୍କ ପୁଅ ପ୍ରିୟାଙ୍କ ଶର୍ମା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ପ୍ରିୟାଙ୍କ ଫିଲ୍ମ ନିର୍ମାତା କରୀମ ମୋରାନୀଙ୍କ ସାନ ଝିଅ ଶାଜା ମୋରାନୀଙ୍କୁ ବିବାହ କରିଛନ୍ତି । ଦୁଇ ଜଣ କୋର୍ଟରେ ବିବାହ କରିବା ପରେ ମୁମ୍ବାଇରେ ଏକ ପାର୍ଟିର ଆୟୋଜନ କରିଥିଲେ । ଏହି ପାର୍ଟିରେ ପଦ୍ମିନୀ ଏବଂ କରୀମଙ୍କ ପରିବାର ସଦସ୍ୟଙ୍କ ସହ କିଛି ବନ୍ଧୁ ଉପସ୍ଥିତି ଥିଲେ । ଅଭିନେତ୍ରୀ ଶ୍ରଦ୍ଧା କପୁର ମଧ୍ୟ ପାର୍ଟିରେ ଭାଗ ନେଇଥିଲେ । ଏହି ପାର୍ଟିରେ ଶ୍ରଦ୍ଧା ଏକ ଧଳା ରଙ୍ଗର ଡ୍ରେସ ପନ୍ଧିଥିଲେ । ଏଥିସହିତ ଏକ ଗୋଲଡେନ କଲରର ବ୍ୟାଗ ପକାଇଥିଲେ । ଉକ୍ତ ପାର୍ଟିରେ ଶକ୍ତି କପୁର, ଅନିଲ କପୁର, ସୁନୀତା କପୁର ମଧ୍ୟ ପହଞ୍ଚିଥିଲେ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular