ଖୋର୍ଦ୍ଧା: ନକଲି ସାମଗ୍ରୀ ବଢିବ ସେହିତ ନକଲି ସାମଗ୍ରୀ ବ୍ୟବସାୟୀ ମଧ୍ୟ ବଢିବାରେ ଲାଗିଛନ୍ତି । ଗତକାଲି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳର ୨ଟି ସ୍ଥାନରୁ ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଜବତ ହେବା ସହ ପୁଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଝଞୠ ଟିମ ଓ ବେଗୁନିଆ ପୁଲିସ ମିଳିତ ଭାବେ ଦୁଇଟି ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ଜର୍ଦ୍ଦା ଜବତ କରିଛନ୍ତି। ଝଞୠ ଟିମ ଇନ୍ସପେକ୍ଟର ସୁନିତା ପ୍ରଧାନ ଏବଂ ବେଗୁନିଆ ପୁଲିସ ମିଳିତ ଭାବେ ପିଚୁକୁଳିଠାରେ ଚଢ଼ାଉ କରି ବେଗୁନିଆ ନୂଆସାହିର ମାନସ ପୃଷ୍ଟି ନାମକ ବ୍ୟକ୍ତିଙ୍କ ଘରୁ ନକଲି ଜର୍ଦ୍ଦା, ଡବା,ଗୋପାଳ, ଲେବୁଲ, ଜର୍ଦ୍ଦା ପଟି ଆଦି ଜବତ କରାଯାଇଛି। ଏହାବ୍ୟତୀତ ପିଚୁକୁଳିର ମନୋଜ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ମଧ୍ୟ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ ହୋଇଛି। ଉଭୟଙ୍କୁ ଆଣି ବେଗୁନିଆ ଥାନାରେ ଅଟକ ରଖିଛି ପୁଲିସ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0