spot_img

ପୁଣି ବଢ଼ିଲା ସୁନା ଦର

ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟ ଲଡ଼େଇ ତୀବ୍ର ହୋଇଥିବାରୁ ସୁନା ବଜାର ଉପରେ ତାହାର ପ୍ରଭାବ ଦେଖିବାକୁ ମିଳିଛି । ମଲଟି କମୋଡ଼ିଟି ଏକ୍ସଚେଞ୍ଚରେ ଅଗଷ୍ଟ ମାସ ଲାଗି ବିକ୍ରି କରାଯାଉଥିବା ସୁନା ଦାମ୍ ଆଜି ୧୦୦୦ ଟଙ୍କା ବୃଦ୍ଧି ପାଇ ୫୨,୧୨୭ ଟଙ୍କା ହୋଇଛି । ସେହିଭଳି ରୁପା କିଲୋ ଦାମ୍ ୬୪,୮୪୯ ଟଙ୍କାରେ ପହଞ୍ଚିଛି । ରୁପା ଦାମ୍ ୮ ବର୍ଷ ଭିତରେ ଏହାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଆନ୍ତର୍ଜାତିକ ବଜାରରେ ଯଦି ସୁନାର ଆଉନ୍ସ ପ୍ରତି ଦାମ୍ ୨୦୦୦ ଡଲାରରେ ପହଞ୍ଚିଯିବ ତେବେ ଛଅ ମାସ ଭିତରେ ଦେଶରେ ସୁନାର ୧୦ ଗ୍ରାମ ପିଛା ଦର ୫୫ ହଜାର ଟଙ୍କାରୁ ଅଧିକ ହୋଇଯିବ ବୋଲି ରିଲିଗେୟାର ବ୍ରୋକିଙ୍ଗ୍ର ଉପସଭାପତି ସୁଗନ୍ଧା ସଚଦେବା ଆକଳନ କରିଛନ୍ତି ।

ଯଦି ଏମିତି ଚାଲେ ତାହେଲେ ଦୀପାବଳୀ ବେଳକୁ ରୂପାର କିଲୋ ପ୍ରତି ଦର ୭୫ ହଜାର ଛୁଇଁଯିବ ବୋଲି କୁହାଯାଉଛି । ବ୍ୟାଙ୍କ ଅଫ୍ ଆମେରିକାର ଆକଳନ ଯଦି ସତ ହୁଏ ତା ହେଲେ ୨୦୧୧ ଶେଷ ସୁଦ୍ଧା ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ଦର ୭୩,୦୦୦ ଟଙ୍କାରେ ପହଞ୍ଚିଛିଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular