ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି ପୁଣି ଜୋର ଧରିଛି । ବିଜେପି ନେତା ରାମେଶ୍ୱର ଚୌରସିୟା ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି । ଏନେଇ ସେ କେନ୍ଦ୍ର ଗୃହ-ରାଜ୍ୟ ମନ୍ତ୍ରୀ କେଶନ ରେଡ୍ଡୀଙ୍କୁ ସାକ୍ଷାତ କରିଥିବା ସୂଚନା ମିଳିଛି । ପୂର୍ବରୁ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କ ପୁଅ ଏନେଇ ଦାବି କରିଥିଲେ ।
ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାଁ ଧରୁନାହିଁ । ଇଣ୍ଡଷ୍ଟ୍ରିରେ ଏକୁଟିଆ କଳାକାରମାନଙ୍କୁ ଆଗକୁ ବଢିବାରେ ବାଧା ରହିଥାଏ ବୋଲି ମଧ୍ୟ ସ୍ୱିକାର କହିଛନ୍ତି ଅଭିନେତା ଶେଖର ସୁମନ ଏବଂ ଗାୟକ ତଥା ସାଂସଦ ବାବୁଲ ସୁପ୍ରିଓ । ଆଜି ମୁମ୍ବାଇ ପୋଲିସ୍ ଏନେଇ କରଣ ଜୋହର କମ୍ପାନୀର ସିଈଓ କୁ ପଚାରାଉଚାରା ପାଇଁ ଡାକିଛନ୍ତି । ଦରକାର ପଡିଲେ କରଣ ଜୋହରଙ୍କୁ ମଧ୍ୟ ଡକାଯାଇପାରେ ବୋଲି ମୁମ୍ବାଇ ପୋଲିସ୍ ସୂଚନା ଦେଇଛନ୍ତି । ସେପଟେ ଦୁଇ ଘଣ୍ଟାର ପଚାରା ଉଚାରା ପରେ ମହେଶ ଭଟ୍ଟ କହିଥିଲେ କି ସେ କେବଳ ଦୁଇଥର ସୁଶାନ୍ତଙ୍କ ସହ ସାକ୍ଷାତ କରିଥିଲେ । ମାତ୍ର ତାଙ୍କ ନିର୍ମିତ ଫିଲ୍ମ ସଡକ-୨ରେ ସେ ସୁଶାନ୍ତଙ୍କୁ ନେବା ନେଇ ଯେଉଁ କଥା ଉଠୁଛି ତାହା ମିଥ୍ୟା । ତାଙ୍କର ସେମିତି କିଛି ପ୍ଲାନ ନଥିବା କହିଛନ୍ତି ମହେଶ ଭଟ୍ଟ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0