spot_img

ସେନାର ଶାସକ ବିରୁଦ୍ଧରେ ମିଆଁମାରରେ ବିଶାଳ ବିକ୍ଷୋଭ

ନୂଆଦିଲ୍ଲୀ: ମିଆଁମାରରେ ସେନାର କ୍ଷମତା ଦଖଲକୁ ବିରୋଧ କରି ଗଣତନ୍ତ୍ରବାଦୀ ଜନତା ବିଶାଳ ବିକ୍ଷୋଭ କରିଛନ୍ତି । ଲୋକପ୍ରିୟ ନେତ୍ରୀ ଅଙ୍ଗ୍ ସାନ ସୁ କି’ଙ୍କ ସହିତ ତାଙ୍କର ଘନିଷ୍ଠ ସହଯୋଗୀ ତଥା ଦେଶର ବୟୋବୃଦ୍ଧ ନେତା ୟୁ ୱିନ୍ ହିତିନଙ୍କୁ ବନ୍ଦୀ କରି ରଖି୨ବା ଏବଂ ସାମାଜିକ ଗଣମାଧ୍ୟମ ଉପରେ କଟକଣା ଜାରି କରାଯିବା ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢ଼ିଛି। ସାରା ଦେଶରେ ବିକ୍ଷୋଭ ସମାବେଶ ବ୍ୟାପକ ହେଉଛି। ଲୋକଙ୍କ ପ୍ରତିକ୍ରିୟାକୁ ଚାପିବା ପାଇଁ ସେନା ଶାସକ ବୁଧବାର ରାତିରୁ ସାମାଜିକ ଗଣମାଧ୍ୟମ ଫେସବୁକ୍କୁ ନିଷିଦ୍ଧ କରିବା ପରେ ଲୋକେ ଟ୍ୱିଟରର ସହାୟତା ନେଇଛନ୍ତି। ଏହା ମାଧ୍ୟମରେ ଆନ୍ଦୋଳନକୁ ବ୍ୟାପକ କରାଯାଇଛି। ଶୁକ୍ରବାର ଜନତା ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶିକ୍ଷକ ଓ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସୁ କି’କଙ୍କ ପ୍ରତି ସେମାନଙ୍କ ସମର୍ଥନ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular