ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ଦୀର୍ଘ ୬୯ ଦିନ ଧରି ବିଭିନ୍ନ ଚାଷୀ ସଙ୍ଗଠନ ଆନେ୍ଦାଳନ କରି ଆସୁଛନ୍ତି । ତେଣୁ ନୂତନ ଆଇନକୁ ବିରୋଧ କରି ଆଜି ୧୨ ଟାରୁ ୩ ଟା ପର୍ଯ୍ୟନ୍ତ ବିଭିନ୍ନ ଚାଷୀ ସଙ୍ଗଠନ ଚକାଜାମ କରିଛନ୍ତି । ଅନ୍ୟପଟେ ରାଜଧାନୀ ଦିଲ୍ଲୀ ଠାରେ ଆନେ୍ଦାଳନ ପାଇଁ ଦିଆଯାଇଥିବା ଆହ୍ୱାନ କୁ ସାମନ୍ୟ କୋହଳ କରାଯାଇଛି । ତେବେ ଏହି ଆନେ୍ଦାଳନରୁ ଦିଲ୍ଲୀକୁ ବାଦ ଦିଆଯାଇଥିବା ବେଳେ ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶକୁ ବାଦ ଦିଆଯାଇଛି । ଅନ୍ୟପଟେ କୃଷକ ସଙ୍ଗଠନର ନେତା ରାକେଶ ଟିକାୟତ କହିଛନ୍ତି, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ଚାକାଜାମ ପାଳନ କରାଯିବ ନାହିଁ । ଏହି ଦୁଇ ରାଜ୍ୟରେ କେବଳ କୃଷକ ମାନେ କେବଳ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିବେ । ତେବେ ଚକାଜାମ ସମୟରେ ଯେମିତି କିଛି ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେଥିପ୍ରତି ପୁଲିସ ପ୍ରଶାସନ ସତର୍କତା ଅବଲମ୍ବନ କରୁଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0