spot_img

୯ଥର କଥା ବାର୍ତ୍ତା ପରେ ମଧ୍ୟ ବାହାରୁନି ନିକ୍ରର୍ଷ

ନୂଆଦିଲ୍ଲୀ: ଚୀନ ସହ ସୀମା ବିବାଦକୁ ନେଇ ବଡ ବୟାନ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ସେ କହିଛନ୍ତି, ଚୀନ ସହ ପ୍ରାୟ ୯ ଥର କଥାବାର୍ତ୍ତା ହୋଇଥିଲେ ମଧ୍ୟ କୌଣସି ନିକ୍ରର୍ଷ ବାହାରି ପାରୁ ନାହିଁ । ଯଦିଓ ଲାଗୁଛି ଏଥିରେ କିଛି ପ୍ରଗତି ହୋଇଛି କିନ୍ତୁ ଏହାକୁ ସମାଧାନ ଭାବେ ଗ୍ରହଣ କରାଯାଇ ନ ପାରେ । ସୀମାରେ ଏହାର କୌଣସି ପ୍ରଭାବ ଦେଖାଯାଉ ନାହିଁ । ଅନ୍ୟପଟେ ଭାରତ ଓ ଚାଇନା ମଧ୍ୟରେ ଗତବର୍ଷ ମେ ମାସରୁ ପୂର୍ବ ଲଦାଖ ସୀମାରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ବାରମ୍ବାର ସେନା ଓ ରାଜନୈତିକ ସ୍ତରରେ କଥାବାର୍ତ୍ତା ସରିଥିଲେ ବି ଏହାର କୌଣସି ସମାଧାନ ବାହାରି ପାରୁ ନାହିଁ । ତେବେ ଆଗକୁ ମଧ୍ୟ ଏପରି ଆଲୋଚନା ହୋଇପାରେ ହେଲେ ଏହାର ସମାଧାନ ପରିଲକ୍ଷିତ ହେଉ ନାହିଁ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular