spot_img

ଟିଏମସିକୁ ଟାର୍ଗେଟ କରି ବର୍ଷିଲେ ଜେପି ନଡ୍ଡା

କଲିକତା: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମମତା ବାନାର୍ଜୀଙ୍କ ଟିଏମସି ଦଳକୁ ଟାଗେର୍ଟ କରି ବର୍ଷିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରି ଜେପି ନଡ୍ଡା କହିଛନ୍ତି, ଦିଦି ପଶ୍ଚିମବଙ୍ଗର ଚାଷୀମାନଙ୍କ ସହିତ ଅନ୍ୟାୟ କରିଛନ୍ତି ।ଜେପି ନଡ୍ଡା କହିଛନ୍ତି, ମମତା ଦିଦି ନିଜ ଜିଦ୍, ଅହଙ୍କାର ଏବଂ ଅଭିମାନକୁ ନେଇ ରାଜନୀତି କରୁଛନ୍ତି । ଯାହା ଫଳରେ କି ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା ଲାଗୁ ହୋଇପାରିଲା ନାହିଁ । ଏହାର ପରିଣାମ ସ୍ବରୂପ ପଶ୍ଚିମବଙ୍ଗରେ ୭୦ ଲକ୍ଷ ଚାଷୀ ଏହି ସୁବିଧାରୁ ବଞ୍ଚିତ ହେଲେ ।ଆଗାମୀ ବିଧାନସଭା ନିର୍ବାଚନକୁ ଆଖିଆଗରେ ରଖି ଦଳ ପାଇଁ ସମର୍ଥନ ଉଦ୍ଦେଶ୍ୟରେ ରାଜ୍ୟରେ ରଥଯାତ୍ରା ଆରମ୍ଭ କରିବାକୁ ଯାଉଛି ବିଜେପି । ଆଗାମୀ ବିଧାନସଭା ନିର୍ବାଚନକୁ ଆଖିଆଗରେ ରଖି ବର୍ତ୍ତମାନ ପଶ୍ଚିମବଙ୍ଗରେ ରାଜନୀତି ସରଗରମ ହୋଇଗଲାଣି । ବିଜେପି କେନ୍ଦ୍ରୀୟ ନେତୃତ୍ବଙ୍କ ଘନଘନ ଗସ୍ତ ଓ ରାଲି ଏହା ସୂଚାଉଛି । ଲୋକଙ୍କ ଆସ୍ଥାଭାଜନ ହେବା ପାଇଁ ଉଦ୍ୟମ ଜାରି ରଖିଛି ବିଜେପି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular