ନୂଆଦିଲ୍ଲୀ: ଡ୍ରାଇଭିଂ ଲାଇସେନ୍ସ ପାଇଁ ସରକାର ନୂଆ ନିୟମ ଆଣିଛନ୍ତି । କେନ୍ଦ୍ରୀୟ ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଡ୍ରାଇଭିଂ ଲାଇସେନ୍ସ ନେଇ ଏକ ନୂତନ ନିୟମ ପ୍ରଣୟନ କରିବାକୁ ଯାଉଛନ୍ତି। ମନ୍ତ୍ରଣାଳୟର ପ୍ରାବଧାନ ଅନୁଯାୟୀ ଡ୍ରାଇଭିଂ ପ୍ରଶିକ୍ଷଣ କେନ୍ଦ୍ର ବା ଟ୍ରେନିଂ ସେଣ୍ଟରରୁ ଟ୍ରେନିଂ ନେବା ପରେ କୌଣସି ବି ବ୍ୟକ୍ତିଙ୍କୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିବା ସମୟରେ ଡ୍ରାଇଭିଂ ଟେଷ୍ଟ ଦେବାକୁ ପଡିବ ନାହିଁ। ଯଦି ଆପଣ ଡ୍ରାଇଭିଂ ଟ୍ରେନିଂ ସେଣ୍ଟରରୁ ଡ୍ରାଇଭିଂ ଶିଖିବେ କିମ୍ବା ଶିଖୁଛନ୍ତି ତେବେ ଆପଣଙ୍କୁ ଲାଇସେନ୍ସ ପାଇଁ କୌଣସି ଟେଷ୍ଟ ଦେବାର ଆବଶ୍ୟକ ପଡିବ ନାହିଁ। କେନ୍ଦ୍ରୀୟ ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଏହି ଯୋଜନା ଉପରେ କାମ କରିବା ଆରମ୍ଭ କରି ଦେଇଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0