ନୂଆଦିଲ୍ଲୀ: ପ୍ରଥମଥର କରି ମହିଳା ସିଆରପିଏଫ କୋବ୍ରା ୟୁନିଟରେ ମହିଳା କମାଣ୍ଡୋ ସାମିଲ ହୋଇଛନ୍ତି । ଏମାନଙ୍କୁ ପ୍ରଶିକ୍ଷଣ ଦେଇ ନକ୍ସଲ ଦ୍ୱାରା ପ୍ରଭାବିତ ଅଞ୍ଚଳକୁ ପଠାଯିବ। ଶନିବାର ଦିନ ସିଆରପିଏଫ୍ ପ୍ରଥମଥର ନିଜର ମହିଳା ମିଲିଟାରୀ ବ୍ରାସ୍ ବ୍ୟାଣ୍ଡ ପ୍ରସ୍ତୁତ କରିଛି। ସିଆରପିଏଫ ଅନୁସାରେ, ୮୮ତମ ଅଲ ୱିମେନ୍ ବାଟାଲିୟନ୍ ରାଇଜିଙ୍ଗ୍ ଡେ ଅବସରରେ ଏହି ମହିଳା କମାଣ୍ଡୋଙ୍କୁ ମହିଳା ବ୍ରାସ୍ ବ୍ୟାଣ୍ଡ ସହ ପରିଚୟ କରାଇବା ସହ ସାମିଲ କରାଯାଇଛି। ଏମାନେ ସିଆରପିଏଫର ମହିଳା ବ୍ରାସ୍ ବ୍ୟାଣ୍ଡର ପ୍ରଥମ ଫୋର୍ସ। ମହିଳା ବ୍ରାସ୍ ବ୍ୟାଣ୍ଡ ଗଠନ ସହ ବାଦ୍ୟଯନ୍ତ୍ର ଦକ୍ଷତା ପାଇଁ ପ୍ରଶିକ୍ଷଣ ଦିଆଯିବ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0