ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଦେଶବ୍ୟାପି ଚାଷୀ ସଂଗଠନ ପକ୍ଷରୁ ୩ ଘଣ୍ଟିଆ ଚକା ଜାମ କରାଯାଇଛି । ଏହା ମଧ୍ୟାହ୍ନ୧୨ଟାରୁ ଆରମ୍ଭ ହୋଇ ଅପରାହ୍ନ ୩ଟା ଯାଏଁ ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି । ଗାଜିପୁର ସୀମାରେ ପୁଲିସ ୧୨ ଥାକିଆ ବ୍ୟାରିକେଡ଼ କରିଛି । ସେପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି ଲାଲ କିଲ୍ଲା, ଜାମା ମସଜିଦ ସମେତ ୧୦ଟି ମେଟ୍ରୋ ଷ୍ଟେସନୁ ବନ୍ଦ ରଖାଯାଇଛି । କିନ୍ତୁ ଚକା ଜାମ ସମୟରେ ଆମ୍ବଲାନ୍ସ ସ୍କୁଲ ବସ ଆଦିକୁ ଅଟକାଯିବ ନାହିଁ ବୋଲି କିଷାନ ମୋର୍ଚ୍ଚା ତରଫରୁ କୁହାଯାଇଛି । ଡ୍ରୋନ ସାହାର୍ଯ୍ୟରେ ପୁରା ଦିଲ୍ଲୀ ଏବଂ ବିଭିନ୍ନ ସୀମାରେ ନଜର ରଖାଯାଇଛି । ଏଥିସହ ୫୦ ହଜାର ସୁରକ୍ଷାକର୍ମୀ ନିୟୋଜିତ ଅଛନ୍ତି । ଲାଲକିଲ୍ଲାରେ ଯେଉଁଭଳି ପରିସ୍ଥିତି ସୃଷ୍ଟି ହେଲା ,ତାର ଯେପରି ପୁନରା ବୃତ୍ତି ନହୁଏ,ତା ଛପରେ ବିଶେଷ ଦୃଷ୍ଟି ଦିଆଯାଇଛି ।




Visitors Today : 4
Total Visitors : 130173
Total Views : 9891620
Visitors Online Now : 0