spot_img

ରାଲିପାଇଁ ତୃଣମୂଳକୁ ହଁ ଭାଜପା କୁ ନାଁ

ନୂଆଦିଲ୍ଲୀ: ଆଗକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ରାଜ୍ୟରେ କ୍ଷମତା ହାସଲ ପାଇଁ ତୃଣମୂଳ କଂଗ୍ରେସ ଏବଂ ଭାଜପା ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି । ଭାଜପା ପକ୍ଷରୁ ଶନିବାରଠାରୁ ଏକ ପରବର୍ତ୍ତିନ ରଥଯାତ୍ରା ଆରମ୍ଭ ସହ ଜେପ ନଡ୍ଡାଙ୍କ ଭାଷଣ କାର୍ଯକ୍ରମ ହେବାର ଥିଲା । ଯେଉଁଥିପାଇଁ ଭାଜପା ଥରଫରୁ ପୋଲିସ ବିଭାଗଠାରୁ ଅନୁମତି ଲୋଡ଼ାଯାଇଥିଲା । ମାତ୍ର ପୁଲିସ ରଥଯାତ୍ରାକୁ ଅନୁମତି ନଦେଇ ଜେପି ନଡ୍ଡାଙ୍କ ଭାଷଣ କାର୍ଯ୍ୟକ୍ରମକୁ ଅନୁମତି ଦେଇଛିି । ଯାହାକୁ ନେଇ ଭାଜପା ନେତାଙ୍କ ସ୍ୱର କଡ଼ା ହେବାରେ ଲାଗିଛି । ଅପରପକ୍ଷରେ ତୃଣମୂଳ ପକ୍ଷରୁ ଶନିବାର ବାଇକ ରାଲିକୁ ପୋଲିସ ଅନୁମତି ମିଳିଛି । ନଦିଆ ଜିଲ୍ଲାର ନବଦ୍ୱୀପରେ ଜନସମର୍ଥନ ଯାତ୍ରା ଭାବେ ଏହି ଦୁଇଦିନିଆ ରାଲି କରାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular