କୋରାପୁଟ: ଲକଡାଉନ ସମୟରେ ଚୋରାଚାଲାଣ କାରବାର ବଢିବାରେ ଲାଗିଲାଣି । ଏହି ସମୟରେ ଫାଇଦା ଉଠାଉଛନ୍ତି ଚୋରାଚାଲାଣକାରୀ । କୋରାପୁଟ ଜିଲ୍ଲା ଅନ୍ତର୍ଗତ ନନ୍ଦପୁର ଥାନା ଅଧିନସ୍ଥ ପୀତାଗୁଡା ଅଞ୍ଚଳରେ ଚୋରା ଚାଲାଣ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ ହେବା ସହ ୫ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଜବତ ହୋଇଥିବା ଏହି ଗଞ୍ଜେଇର ପରିମାଣ ୮୫୦ କିଲୋଗ୍ରାମ ଓଜନର ଥିବା ଜଣାପଡିଛି । ଯାହାର ମୂଲ୍ୟ ୧ଲକ୍ଷ ୭୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହି ବିପୁଳ ପରିମାଣର ଗଞ୍ଜେଇକୁ ଟାଙ୍କରରେ ଭର୍ତ୍ତି କରି ଏକ ଟ୍ରାକ୍ଟର ଯୋଗେ ନେଉଥିବା ଜଣାପଡିଛି । ଗଞ୍ଜେଇ ସମେତ ଅନ୍ୟାନ୍ୟ ସନ୍ଦିଗ୍ଧ ପଦାର୍ଥ ଜବତ କରିଛି ନନ୍ଦପୁର ପୋଲିସ । ଗିରଫ ହୋଇଥିବା ୫ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ଜଣ ଉତ୍ତର ପ୍ରଦେଶର ହୋଇଥିବା ବେଳେ ୨ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0