ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦବୋଧନ । ଆଜି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ରାଜ୍ୟସଭାରେ ପ୍ରସ୍ତାବ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟସଭାରେ ନିଜ ସଂବୋଧନରେ ପ୍ରଧାନମନ୍ତ୍ରୀ ରାଷ୍ଟପତିଙ୍କ ଅଭିଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବ ଦେବା ସହିତ ବିରୋଧୀଙ୍କ ଟାର୍ଗେଟ କରିଛନ୍ତି । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟସଭାରେ ଅଭିଭାଷଣ କରିବା ସମୟରେ ବିରୋଧି ମାନେ ହଙ୍ଗମା କରିବାରୁ ମୋଦି ଏହାର କଡା ଜବାବ ଦେଇଛନ୍ତି । ଭାରତକୁ “ମଦର ଅଫ ଡେମୋକ୍ରାସୀ” ବା “ଗଣତନ୍ତ୍ରର ମାଆ” ବୋଲି ମୋଦି କହିଛନ୍ତି । ଗୃହରେ ରାଷ୍ଟ୍ରପତି ଅଭିଭାଷଣ ସମୟରେ ସମେସ୍ତ ଉପସ୍ଥିତ ଥିଲେ ଭଲ ହୋଇଥାନ୍ତା । ବର୍ତ୍ତମାନ କରୋନା କାଳରେ ଭାରତକୁ ଉକôଣ୍ଠାର ସହ ଅନେଇ ରହିଛି ସାରା ବିଶ୍ୱ । ଭାରତ ଉପରେ ଆଜି ସମସ୍ତଙ୍କର ବିଶ୍ୱାସ ରହିଛି । ଖୁବ କମ ସମୟରେ ଭାରତ କରୋନା ଟିକା ପ୍ରସ୍ତୁତ କରିଛି । ମୋଦି ଆହୁରି ମଧ୍ୟ କହିଛନ୍ତି ଆଗକୁ ବଢିବା ପାଇଁ ଗରୀବିରୁ ମୁକ୍ତି ନିହାତି ଜରୁରୀ । ଛୋଟ ଚାଷୀଙ୍କୁ ଆମେ ଋଣ ଦେବାର ବ୍ୟବସ୍ଥା କରିବା ସହ ଫସଲ ବୀମା ଯୋଜନାର ପରିସୀମା ବଢାଇଛୁ । କୃଷି ଆଇନକୁ ନେଇ ବିରୋଧୀ ୟୁଟର୍ଣ୍ଣ କରିଛନ୍ତି । ଆନେ୍ଦାଳନ ଚାଷୀଙ୍କୁ ଓହରିବାକୁ ଅପିଲ କରୁଛି । ଏମଏସପି ଥିଲା, ଅଛି ଆଉ ରହିବ ମଧ୍ୟ । କ୍ଷୁଦ୍ର ଚାଷୀଙ୍କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛୁ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0