ଚିଲିକା: ଚିଲିକାରେ ଦ୍ୱିତୀୟ ପର୍ଯ୍ୟାୟ କୋଭାକ୍ସିନ ଟିକାକରଣ । ଏହି ପର୍ଯ୍ୟାୟରେ ଚିଲିକା ବ୍ଲକ ଓ ତହସିଲ କର୍ମଚାରୀ କୋଭିଡ଼ ଟୀକା ନେଇଛନ୍ତି । ଟୀକା ନେଇ କାହାରି ମନରେ କୌଣସି ଦ୍ୱନ୍ଦ ବା ଭୟ ନ ରୁହେ, ସେଥିପାଇଁ ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ଉଚ୍ଚପଦସ୍ଥ ଅଧିକାରୀମାନଙ୍କୁ ପ୍ରଥମେ ଟୀକା ନେବାକୁ ପରାମର୍ଶ ଦିଆଯାଇଥିଲା । ସେହି ଆଧାରରେ ଖୋର୍ଦ୍ଧାର ଚିଲିକା ବ୍ଲକ ଏବଂ ଚିଲିକା ତହସିଲ କାର୍ଯ୍ୟାଳୟର ୧୧୩ ଜଣଙ୍କୁ କୋଭାକ୍ସିନ ଟୀକା ଦିଆଯାଇଛି । ଟୀକାକରଣରେ ବାଲୁଗାଁ ମେଡ଼ିକାଲ ଅଫିସରଙ୍କ ସମେତ ଅନ୍ୟ ମେଡ଼ିକାଲ କର୍ମଚାରୀମାନେ ଉପସ୍ଥିତ ଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0