spot_img

ରକି ଭାଇକୁ ଭେଟିଲେ ୟୁଜି

ନୂଆଦିଲ୍ଲୀ: ଦକ୍ଷିଣ ଫିଲ୍ମ ଇଣ୍ଡଣ୍ଡ୍ରିର ସୁପରଷ୍ଟାର ୟସଙ୍କୁ ଭାରତୀୟ କ୍ରିକେଟ ଦଳର ସ୍ପିନର ୟୁଜବେନ୍ଦ୍ର ଚହଲ ଓ ତାଙ୍କ ପତ୍ନୀ ଧନଶ୍ରୀ ବର୍ମା ଭେଟିଛନ୍ତି । ତେବେ ଉଭୟ କିଛି ଦିନ ପୂର୍ବରୁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ତେବେ ଏକ ରେଷ୍ଟୁରାଣ୍ଟରେ ୟଶ ଏବଂ ତାଙ୍କ ସ୍ତ୍ରୀ ରାଧିକା ପଣ୍ଡିତଙ୍କୁ ଦେଖିବା ପରେ ୪ ଜଣ ଫୋଟସୁଟ କରିଛନ୍ତି । ଏହି ଫଟୋକୁ ଚହଲ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି । ଫଟୋରେ ୟଶଙ୍କୁ ଫର୍ମାଲ ଶାର୍ଟ -ପ୍ୟାଣ୍ଟ ଏବଂ ସ୍ତ୍ରୀ ରାଧିକାଙ୍କୁ ସୁଟରେ ଦେଖିବାକୁ ମିଳୁଛି । ସେହିପରି ୟୁଜବେନ୍ଦ୍ର ଚହଲ କାଜୁଆଲ ଟି-ଶର୍ଟ ଏବଂ ଜିନ୍ସ ପିନ୍ଧିଥିବା ବେଳେ ସ୍ତ୍ରୀ ଚହଲ ଧଳା ରଙ୍ଗର ଟି-ଶାର୍ଟରେ ନଜର ଆସିଛନ୍ତି । ଅନ୍ୟପଟେ ୪ ଜଣଙ୍କର ଏହି ଫୋଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular