ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଜାରୁଦ୍ଦିନ ୫୮ ବର୍ଷରେ ପାଦ ଦେଇଛନ୍ତି । ୧୯୬୦ ମସିହା ଫେବୃଆରୀ ୮ ତାରିଖରେ ସେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ । ତେବେ କ୍ରିକେଟରେ ଉଚ୍ଚ ଶିଖରରେ ଥିବାବେଳେ ତାଙ୍କ ନାମରେ ମ୍ୟାଚ ଫିକ୍ସିଂର ଅଭିଯୋଗ ଆସିଥିଲା । ଫଳରେ ତାଙ୍କ କ୍ୟାରିୟର ପତ୍ତନ ଆଡକୁ ଗତି କରିଥିଲା । ଏହା ପରେ ମଧ୍ୟ ସେ କ୍ରିକେଟ କ୍ୟାରିୟରରେ ଅନେକ କିଛି ରେକର୍ଡ ସ୍ଥାପନ କରିଥିଲେ ଯାହା ଭାଙ୍ଗିବା କଷ୍ଟକର । ତାଙ୍କ ରେକର୍ଡ ମଧ୍ୟରେ ରହିଛି ସେ ଡେବୁ୍ୟ ମ୍ୟାଚରେ ଶତକ କ ହାସଲ କରିଥିବା ବେଳେ ଜୀବନର ଶେଷ ମ୍ୟାଚରେ ମଧ୍ୟ ଶତକ ଅର୍ଜନ କରିଥିଲେ । ଏମିତି ନିଆରା ରେକର୍ଡ ହାସଲ କରିବାରେ ସେ ପ୍ରଥମ ଭାରତୀୟ କ୍ରିକେଟର ହୋଇଥିଲେ । କ୍ୟାରିୟରର ପ୍ରଥମ ଟେଷ୍ଟରେ ୧୯୪୮-୮୫ରେ ଇଂଲଣ୍ଡ ବିପକ୍ଷରେ ୧୬୦ ରନର ପାଳି ଖେଳିଥିଲେ । ସେହିପରି ଶେଷ ଟେଷ୍ଟ ୨୦୦୦ରେ ଦକ୍ଷିଣ ଆଫ୍ରିକାରେ ୧୦୨ ରନ କରିଥିଲେ । ଅନ୍ୟପଟେ ଆଜାରୁଦ୍ଦିନ ଭାରତ ପକ୍ଷରୁ ୯୯ ଟେଷ୍ଟ ଖେଳି ୬୨୧୫ ରନ କରିଥିଲେ । ଯେଉଁଥିରେ ୨୨ ଟି ଶତକ ହାସଲ କରିଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0