ଗଞ୍ଜାମ : ପ୍ଲାଜମା ନେଇ ଗଞ୍ଜାମ ଜିଲ୍ଲାର ୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଟୁଇଟ୍ କରି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଛନ୍ତି। ଗଞ୍ଜାମ ଜିଲ୍ଲାର ତିନି ଜଣ କରୋନା ଆକ୍ରାନ୍ତଙ୍କୁ ଏଠାରେ ଥିବା ଟାଟା କୋଭିଡ୍ ହସ୍ପିଟାଲରେ ପ୍ଲାଜମା ଥେରାପି ଦିଆଯିବା ପରେ ଏହି ରୋଗରୁ ମୁକ୍ତି ପାଇଛନ୍ତି ଏବଂ ଜିଲ୍ଲାର ଗୁରୁତର କରୋନା ରୋଗୀଙ୍କ ପାଇଁ ଏହି ନୂତନ ଚିକିତ୍ସା ଉପରେ ଆତ୍ମବିଶ୍ୱାସ ବଢିଛି ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି।
Glad to share that these are the first three patients who got Plasma & got cured in Tata Hospital. We appreciate the efforts of our doctors. We request all cured patients to come forward for plasma donation @CMO_Odisha @HFWOdisha @SRC_Odisha pic.twitter.com/waVUD74xjf
— Collector & District Magistrate, Ganjam (@Ganjam_Admin) July 28, 2020
ସେ ନିଜର ଟ୍ୱିଟରେ ପ୍ଲାଜମା ପାଇ ଶୀତଳାପଲ୍ଲୀସ୍ଥିତ ଟାଟା ହସ୍ପିଟାଲରେ ଆରୋଗ୍ୟ ଲାଭ କରିଥିବା ଏହି ତିନିଜଣ ରୋଗୀଙ୍କ ଫଟୋ ବି ସେଆର୍ କରିଛନ୍ତି। ସଫଳ ପ୍ଲାଜମା ଥେରାପି ପାଇଁ ଡାକ୍ତରଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଛନ୍ତି। ଏହାଛଡ଼ା ଜିଲ୍ଲାପାଳ କରୋନାରୁ ସୁସ୍ଥ ଲୋକଙ୍କୁ ପ୍ଲାଜମା ଦାନ ପାଇଁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ କଟକର ଜଣେ କରୋନା ଆକ୍ରାନ୍ତ ପ୍ଲାଜମା ନେଇ ସୁସ୍ଥ ହୋଇଥିଲେ। ଗତ ୨୪ ତାରିଖରେ କଟକର ଅଶ୍ୱିନୀ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ୪୮ ବର୍ଷିୟ ମହିଳା ପ୍ଲାଜମା ଥେରାପି ନେଇ ସୁସ୍ଥ ହୋଇଥିଲେ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0