spot_img

‘ଗେହଲଟଙ୍କୁ ଉପଯୁକ୍ତ ଶିକ୍ଷା ଦିଆଯିବ, ଦରକାର ପଡିଲେ ସୁପ୍ରିମ କୋର୍ଟ ଯିବୁ’: ମାୟାବତୀ

ନୂଆଦିଲ୍ଲୀ: ଗେହଲଟ ଓ କଂଗ୍ରେସକୁ ବିଏସପି ଉପଯୁକ୍ତ ଶିକ୍ଷା ଦେବ ବୋଲି ମାୟାବତୀ ଘୋଷଣା କରିଛନ୍ତି । ତାଙ୍କ ପାର୍ଟି ଏହା ବିରୋଧରେ କୋର୍ଟର ଦ୍ୱାରସ୍ଥ ହେବାକୁ ନିଷ୍ପତ୍ତି ନେଇଥବା ବେଳେ ଦରକାର ପଡିଲେ ସୁପ୍ରିମ କୋର୍ଟ ଯିବା ପାଇଁ ମାୟାବତୀ କହିଛନ୍ତି । ଆଜି ଗଣମାଧ୍ୟମକୁ ସୂଚନା ଦେବାକୁ ଯାଇ ମାୟାବତୀ କହିଛନ୍ତି, ‘ରାଜସ୍ଥାନ ବିଧାନସଭା ନିର୍ବାଚନ ପରେ ବିଏସପିର ସମସ୍ତ ୬ ବିଧାୟକ ନିଃସର୍ତ୍ତ ଭାବେ କଂଗ୍ରେସକୁ ସମର୍ଥନ କରିଥିଲେ । ମାତ୍ର ମୁଖ୍ୟମନ୍ତ୍ରୀ ଗେହଲଟ ନିଜର କୁବୁଦ୍ଧି ଦ୍ୱାରା ଅସାମ୍ବିଧାନିକ ଭାବେ ସମସ୍ତଙ୍କୁ କଂଗ୍ରେସରେ ମିଶାଇ ଦେଇଥିଲେ । ବିଏସପି ଚିତ୍ରକୁ ଖରାପ କରିବା ତାଙ୍କର ଲକ୍ଷ୍ୟ ଥିଲା । ମୁଖ୍ୟମନ୍ତ୍ରୀ ଥିବା ବେଳେ ମଧ୍ୟ ସେ ଏପରି କାମ କରିଥିଲେ । ସେତେବେଳେ ଆମେ କୋର୍ଟ ଯିବାକୁ ଚାହିଁଥିଲୁ । ମାତ୍ର ଏବେ ଆମେ କୋର୍ଟ ଯିବୁ । ଦରକାର ପଡିଲେ ସୁପ୍ରିମ କୋର୍ଟ ଯିବୁ ବୋଲି କହିଛନ୍ତି ମାୟାବତୀ । ୬ ବିଧାୟକ ଗେହଲଟଙ୍କ ବିରୋଧରେ ଭୋଟ ନଦେଲେ ସେମାନଙ୍କୁ ଦଳର ପ୍ରାଥମିକ ସଦସ୍ୟତା ପଦରୁ ବାହାର କରିଦିଆଯିବ ବୋଲି ମାୟାବତୀ କହିଛନ୍ତି । ଦୀର୍ଘ ଦିନ ଧରି ରାଜସ୍ଥାନ ରାଜନୀତିରେ ଯେଉଁ ସଙ୍କଟ ଦେଖା ଦେଇଛି ତାକୁ ନେଇ ବିଏସପି ମୁଖ୍ୟ ମାୟାବତୀ ଏମିତି ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular