ନୂଆଦିଲ୍ଲୀ: ସୋମବାର ପାକିସ୍ତାନ ସରକାର କୁଳଭୂଷଣ ଯାଦବ ମାମଲାକୁ ନେଇ ବିଧାନସଭାରେ ଏକ ଅଧ୍ୟାଦେଶ ଆଗତ କରିଛି । ଆନ୍ତର୍ଜାତୀୟ ଅଦାହ୍ର ନିଷ୍ପତ୍ତିକୁ ଧ୍ୟାନରେ ରଖି ଏହା ଆଗତ କରାଯାଇଛି । ମେ ୨୦ ତାରିଖ ‘ଆନ୍ତର୍ଜାତୀୟ ଅଦାଲତ ସମୀକ୍ଷା ଏବଂ ପୁନର୍ବିଚାର ଅଧ୍ୟାଦେଶ-୨୦୨୦’ ଅଧିନିୟାମକ ଅନୁସାରେ ଏହା ଆଗତ କରାଯାଇଛି । ଏହି ଅଧ୍ୟାଦେଶ ଅନୁସାରେ ସୈନ୍ୟ ଅଦାଲତର ରାୟ ଉପରେ ଇସଲାମାବାଦ ଉଚ୍ଚ ନ୍ୟାୟାଳୟରେ କୁଳଭୁଷଣ ଆବେଦନ କରିବାର ସୁଯୋଗ ପାଇବେ । ଅଧ୍ୟାଦେଶର ୬୦ ଦିନ ମଧ୍ୟରେ ଆବେଦନ ଦାୟର କରାଯାଇପାରିବ ।
ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ପରାମର୍ଶଦାତା ବାବର ଅବାନ ଅଧ୍ୟାଦେଶକୁ ସଂସଦର ନିମ୍ନ ସଦନରେ ଆଗତ କରିଥିଲେ। ଗତ ସପ୍ତାହରେ ବିରୋଧୀ ପାର୍ଟି ପାକିସ୍ତାନ ମୁସଲିମ୍ ଲିଗ୍ ନଓ୍ବାଜ ଏବଂ ପାକିସ୍ତାନ ପିପୁଲସ୍ ପାର୍ଟି ଏଭଳି ପ୍ରୟାସ ବିଫଳ କରି ଦେଇଥିଲେ । ଆଇନ୍ ମନ୍ତ୍ରୀ ଏଫ ନସୀମ ଶୁକ୍ରବାର ବିରୋଧୀ ଦଳକୁ ଏହିରୁ ବର୍ତ୍ତିବାକୁ ଅପିଲ କରିଥିଲେ । ମିଳିତ ଜାତିସଂଘର ନିଷ୍ପତ୍ତିକୁ ଲାଗୁ କରାନଗଲେ ଭାରତ ମାମଲାରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସାମ୍ନା କରିବାକୁ ପଡିବ । ଏକତରଫା ନିଷ୍ପତ୍ତି ହିସାବରେ ପାକିସ୍ତାନ ଗତ ସପ୍ତାହରେ ଇସଲାମାବାଦ ଉଚ୍ଚ ନ୍ୟାୟାଳୟରେ ଏକ ଆବେଦନ ଦାୟର କରିଥିଲେ ଯେଉଁଥିରେ ଯାଦବଙ୍କ ପାଇଁ ଆଇନଗତ ପ୍ରତିନିଧି ନିଯୁକ୍ତ କରିବାର ଦାବି କରାଯାଇଥିଲା। ଅଧ୍ୟାଦେଶ ଅନୁସାରେ ଆଇନ୍ ଏବଂ ନ୍ୟାୟ ମନ୍ତ୍ରଣାଳୟ ଦ୍ବାରା ଆବେଦନ ଦାୟର କରିବା ପୂର୍ବରୁ ଭାରତ ସରକାର ସହିତ ପ୍ରମୁଖ ପକ୍ଷ ସହ ପରାମର୍ଶ କରାଯାଇନଥିଲା। ଭାରତୀୟ ନୌସେନା ୫୦ବର୍ଷ ବୟସ୍କ ଅବସରପ୍ରାପ୍ତ ଅଧିକାରୀଙ୍କୁ ଯାଦବଙ୍କୁ ୨୦୧୭ମସିହା ଅପ୍ରେଲରେ ଏକ ପାକିସ୍ତାନୀ ସୈନ୍ୟ ଅଦାଲତ ଗୁଇନ୍ଦାଗିରି ଏବଂ ଆତଙ୍କବାଦ ଅଭିଯୋଗରେ ମୃତ୍ୟୁ ଦଣ୍ଡ ଶୁଣାଇଥିଲେ।



Visitors Today : 2
Total Visitors : 130302
Total Views : 9891805
Visitors Online Now : 0